ଡୁଙ୍ଗୁରିପାଲି ଫୁଟବଲ ଟୁଣ୍ଡାମେଣ୍ଟ, ଛଞ୍ଚାଣୀ ଦଳ ଚମ୍ପିଆନ

ସୋନପୁର(ଓମପ୍ରକାଶ ମିଶ୍ର): ଡୁଙ୍ଗୁରିପାଲି ୟୁଥ ଷ୍ଟାର ଫୁଟବଲ ଏସୋସିଏସନ ପକ୍ଷରୁ ଅନୁଷ୍ଠିତ ଅଷ୍ଟମ ରନିଙ୍ଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ଆଜିର ଫାଇନାଲ ମ୍ୟାରେ ପ୍ରଥମେ ମେହେନା ଦଳ ଓ ପରେ ଛଞ୍ଚାଣୀ ଫାଇନାଲକୁ ପ୍ରବେଶ କରିଥିଲା । ଫାଇନାଲରେ ମେହେନା ଓ ଛଞ୍ଚାଣୀ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଛଞ୍ଚାଣୀ ୧-୦ ଗୋଲରେ ବିଜୟୀ ହୋଇ ଅଷ୍ଟମ ରନିଙ୍ଗ ଫୁଟବଲ ଚମ୍ପିଆନ ହୋଇଛି ।
ପ୍ରଥମ ସେମିଫାଇନାଲ ଖେଳର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘର ସଭାପତି ସାମ୍ବାଦିକ ପବିତ୍ର ମୋହନ ପାଣ୍ଡିଆ, ସଂପାଦକ ରତ୍ନାକର ସେଠୀ, ମୁକେଶ କୁମାର ଭୋଇ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସୁବର୍ଣ୍ଣପୁର ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କାର୍ୟ୍ୟକାରୀ ସଭାପତି ବିଭୁଦର ରାଜହଂସ, ସମ୍ମାନିତ ଅତିଥି ଭାବେ ସମଲେଇଚୁଆ ପେକ୍ସ ସଂପାଦକ ରାଜୁ ପଧାନ, ଡୁଙ୍ଗୁରିପାଲି ସମିତି ସଭ୍ୟ ବବୁଲୁ ବେହେରା, ପେକ୍ସ ସଂପାଦକ ରବୀନ୍ଦ୍ର ବିଶ୍ୱାଳଙ୍କ ସମେତ ଦେବରାଜ ଭୋଇ, ଫକିର ଦଣ୍ଡସେନା ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।

ଛଞ୍ଚାଣୀ ଦଳର ଅଭିଷେକ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ । ମନୋଜ ପାତ୍ର, ମୋହନ ମହାଲିଙ୍ଗ, ଦିଲିପ ପ୍ରଧାନ, ଯଶୋବନ୍ତ ପୂଜାରୀ, ଅଶୋକ ଜୁଆଡି ଖେଳ ପରିଚାଳନା କରିଥିଲେ । ଆସୋସିଏସନର ସଭାପତି ଧମେନ୍ଦ୍ର ବିଶ୍ୱାଳଙ୍କ ସମେତ ଜଗତ ବରିହା, ବୁଲୁ ସାହୁ, ଶିବୁ ବିଶ୍ବାଳ, ଗୁଣମଣି ଦୀପ, ଆଲୋକ, ଦେବାଶିଷ, ରାଜା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।