କୋଣାର୍କ : ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହେଲେ ଦେଶ ବିଦେଶ ପର୍ଯ୍ୟଟକ । ବିଗତ ଦିନରେ ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଅନେକ ସ୍ଥାନରେ ଜମି ରହିଛି ବର୍ଷା ପାଣି । ଏଥିରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ବାଦ୍ ପଡିନାହିଁ । ଗୁରୁବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଦେଖିବାକୁ ମିଳିଛି ।ଏଏସଆଇ ପକ୍ଷରୁ ଅତି ଆଧୁନିକ ୪ଟି ବିଦ୍ୟୁତ ଚାଳିତ ପାଣି ପମ୍ପ ଲାଗିଥିଲେ ମଧ୍ୟ ସେଥିରୁ ମାତ୍ର ଦୁଇଟି ଚାଲୁଥିବା ଦେଖାଦେଇଛି ।ଅନ୍ୟ ଦୁଇଟି ଖରାପ ଥିବା ସହ ୬ଟି ଡିଜେଲ ଚାଳିତ ପାଣିପମ୍ପ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ଫଳରେ ସୂର୍ଯ୍ୟ ମନ୍ଦିର ଭିତରେ ପାଣି ଜମି ରହୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ବା ପର୍ଯ୍ୟଟନ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବା ସହ ସୂର୍ଯ୍ୟ ମନ୍ଦିରରୁ କିପରି ବର୍ଷା ପାଣି ନିଷ୍ଚାସନ ହେବ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି ଦେଶ ବିଦେଶର ପର୍ଯ୍ୟଟକମାନେ ।