ବର୍ଷାର ପ୍ରଭାବରେ ଧସିଲା ପାହାଡ । ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଯାଇଛି । ତେବେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ର ମୁଖ୍ୟ ରାସ୍ତା ବର୍ଷାର ପ୍ରଭାବରେ ବଡ ବଡ ପଥର ଖସି ରାସ୍ତା ବନ୍ଦ ହୋଇଯାଇଛି । ପଥର ଖସିବା ଯୋଗୁଁ ନାମନାଗଡ – ଅଜୟଗଡ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ରାସ୍ତା ଉପରେ ପଡି ରହିଛି ମାଟି ଅତଡା , ସକାଳୁ ସକାଳୁ ପାହାଡ ଧସିଥିବା କୁହାଯାଉଥିବା ବେଳେ ସେହି ରାସ୍ତାରେ ଦୁଇଟି ସ୍ଥାନରେ ପାହାଡ ଧସିଛି ଗୁମ୍ମା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତା ସଫା କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣା ପଡିଛି।