କରଞ୍ଜିଆ: କାର୍ଯ୍ୟରେ ଅବହେଳା ପାଇଁ ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା ନିଲମ୍ବିତ । କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ନିଲମ୍ବିତ ହୋଇଛନ୍ତି। ହାତୀ ଉପଦ୍ରବରେ କ୍ଷୟକ୍ଷତି ପାଇଁ ସହାୟତା ରାଶି ପ୍ରଦାନ କରିବାରେ ପଣ୍ଡ।। ବିଳମ୍ବ କରୁଥିବ।। ନେଇ ଅଭିଯୋଗ ହେବା ପରେ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି
ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ଗତକାଲି ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ଗିରଫ ହୋଇଥିଲେ। ସେ ନିଜ ବ୍ୟାଙ୍କ ଖାତାରେ ହାତୀ ଉପଦ୍ରବ ଦ୍ୱାରା କ୍ଷୟକ୍ଷତି ପାଇଁ ଆସିଥିବା ଅର୍ଥରୁ ୪୬,୬୦୦ ଟଙ୍କା ଲୋକଙ୍କୁ ଦେବା ବଦଳରେ ଜମା କରି ଦେଇଥିଲେ। କରଞ୍ଜିଆ ପୁଲିସ୍ ମୃତ୍ୟୁଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ହାତୀ ଉପଦ୍ରବ ଯୋଗୁ କ୍ଷତି ସହୁଥିବା ଲୋକଙ୍କୁ ସହାୟତା ରାଶି ଦିଆଯାଉ ନଥିବା ଓ ଏଥିରେ ବଡ଼ ଧରଣର ଘୋଟାଲା ସମ୍ପର୍କରେ ଚାଷୀ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମୃତ୍ୟୁଞ୍ଜୟ ପଣ୍ଡା ଟଙ୍କା ହଡ଼ପ କରିଥିବା ଜାଣିପଡିଥିଲା । ଅଧିକ ତଦନ୍ତରୁ ଦୁଧିଆଣି ରେଞ୍ଜର ମଧ୍ୟ ଏଥବରେ ଅବହେଳା କରିଥିବା କଥା ସାମ୍ନାକୁ ଆସିଥିଲା, ତେଣୁ ତାଙ୍କୁ ନିଲମ୍ବନ କରାଯାଇଛି। ବିଭାଗ ପକ୍ଷରୁ ଆହୁରି ଅଧିକ ତଦନ୍ତ ଚାଲିଛି।