ଖୁବ ଶୀଘ୍ର ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ

ଖୁବ ଶୀଘ୍ର ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମ୍ୟ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା । ଏନେଇ ସୂଚନା ଦେଇ ଚନାଟି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ନିଗମ ଗଠନ ସହ ଖୁବ ଶୀଘ୍ର ଦୁଇଟି ଓଡିଶା ଟିମ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକକୁ ଟିମ୍ ଯାଇ ନିଗମର ରୂପରେଖ ବାବଦରେ ଅନୁଧ୍ୟାନ କରିବେ ।

Water Supply Services in Faridabad by Development 2050 | ID: 2854349888288

ମନ୍ତ୍ରୀ କହିଛନ୍ତି ଆଇଟି ଏବଂ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାମ କରିବ । ୨୦୭ମେଗା ପ୍ରକଳ୍ପ, ୧୮ହଜାର ୭୦୦ ସିଙ୍ଗଲ ଭାଲ୍ଭ, ୬ହଜାର ୫୫୧ ସୋଲାର ସିଷ୍ଟମ ପରିଚାଳନାକୁ ନିଗମ ନିରୀକ୍ଷଣ କରିବ । ନୂଆନୀତିରେ ମେଗା ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ପାଇଁ ଗୋଟିଏ ଏଜେନ୍ସୀକୁ ଦିଆଯିବ । ପାଞ୍ଚ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଞ୍ଚକୁ ହସ୍ତାନ୍ତର କରାଯିବ । ଭିଲେଜ ୱାଟର ସାନିଟେସନ କମିଟିର ଭାଗିଦାରୀରେ ହେବ । ପାଣି ପହଂଚିଲାଣି କି ନାହିଁ, କେଉଁଠି ବିଶୋଧନ ହେବ । ଏହା ଗାଁ କମିଟି ବ୍ଲକକୁ ଅବଗତ କରିବ । ବ୍ଲକ ଜିଲ୍ଲା ତଥା ଭିଲେଜ ୱାଟର ସାନିଟେସନ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ । ୧୯ଟି ପଏଣ୍ଟ ଭାରତ ସରକାର ଦେଇଛନ୍ତି ତାକୁ ଆଧାର କରିକି ସରକାର ନୀତି ପ୍ରଣୟନ କରିଛନ୍ତି ।

How Odisha's 24/7 Water Supply Model Prevents Contamination in Indian Cities