ଅଭିଯୋଗ ଶୁଣାଣି ଶିବିରରେ ବିଷ ପିଇଲେ ଦିବ୍ୟାଙ୍ଗ

ହିଞ୍ଜିଳି: ଅଭିଯୋଗ ଶୁଣାଣି ଶିବିରରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ। ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶୁଣାଣି ଚାଲିଥିବାବେଳେ ଦିବ୍ୟାଙ୍ଗ ଅଭିଯୋଗକାରୀ ବିଷ ପିଇ ଦେଇଥିବା ସୂଚନା ମିଳିଛି।
ନିଜ ଘର ଜମି ଚିହ୍ନଟ ସମସ୍ୟା ପାଇଁ ସେ ଦୀର୍ଘଦିନ ହେଲାଣି ପ୍ରଶାସନ ନିକଟରେ ଗୁହାରି କରିଆସୁଥିଲେ। ତେବେ କେହି ଗୁହାରି ନଶୁଣିବାରୁ ସେ ଆଜି ବିଷ ପିଇ ଦେଇଥିବା ସୂଚନା ମିଳିଛି। ଦିବ୍ୟାଙ୍ଗ ଯୁବକଙ୍କ ହେଉଛନ୍ତି ଜାମାନୁ ବାଳକୃଷ୍ଣ ଦୋରା। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଦିଗପହଣ୍ଡି ମେଡିକାଲ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।