ପ୍ରଥମ ଟେଷ୍ଟ ପରେ ଚର୍ଚ୍ଚାରେ ଦ୍ରାବିଡ

କାନପୁର: କାନପୁର ଟେଷ୍ଟ ଶେଷ ହେବା ପରେ ପଡିଆରେ ଘଟିଥିଲା କିଛି ଏମିତି ଘଟଣା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଭାରତର ହେଡ କୋଚ ରାହୁଲ ଦ୍ରାବିଡଙ୍କର ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମ୍ୟାଚ ପରେ କାନପୁର ଗ୍ରୀନ ପାର୍କ ଷ୍ଟାଡିୟମର ପଡିଆ କର୍ମଚାରୀଙ୍କୁ କିଛି ଟଙ୍କା ଉପହାର ଦେଇଥିଲେ ଦ୍ରାବିଡ ।

India vs New Zealand: Dravid gave money from his own pocket to the field  workers of Green Park Rahul Dravid Donates Rupees 35,000 to the Kanpur  Ground Staff | pipanews.com

ଶିବ କୁମାରଙ୍କ ନେତୃତ୍ୱରେ ଗ୍ରୀନ ପାର୍କ ଷ୍ଟାଡିୟମର ପଡିଆ କର୍ମଚାରୀମାନେ ପଡିଆକୁ ଖୁବ ଯତ୍ନର ସହ ଖେଳ ଉପଯୋଗୀ କରି ରଖିଥିଲେ । ସନ୍ତୁଳିତ ପିଚ କରିଥିବାରୁ ଦ୍ରାବିଡ ଶିବ କୁମାରଙ୍କୁ ୩୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ଏ ନେଇ ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ(ୟୁପିସିଏ) ସୂଚନା ଦେଇଛନ୍ତି । ଏହି ପିଚ ଉଭୟ ଦଳ ପାଇଁ ବ୍ୟାଟିଂ ବଡ ଚାଲେଞ୍ଜିଙ୍ଗ ରହିଥିଲା । ଦ୍ରାବିଡ ନିଜ ସମୟରେ ଜଣେ ନିରପେକ୍ଷ ଖେଳାଳି  ଭାବେ ପରିଚିତ। ଦ୍ରାବିଡ ପଡିଆ କର୍ମଚାରୀଙ୍କ ପ୍ରଶଂସା ଏଥିପାଇଁ କରିଛନ୍ତି କାରଣ ବର୍ତ୍ତମାନ ସମୟରେ ଅନେକ  ବିଦେଶୀ ଦଳ ନିଜ ଫାଇଦା ପାଇଁ ନିଜ ଅନୁସାରେ ପିଚ୍ ପ୍ରସ୍ତୁତ କରିଥାନ୍ତି ଏବଂ ଟେଷ୍ଟ ତିନି ଦିନରେ ଶେଷ ହୋଇ ଯାଉଛି।