ନୂଆ ଜନସଂଖ୍ୟା ନୀତି : ଦୁଇରୁ ଅଧିକ ଶିଶୁ ଥିବା ବାପାଙ୍କୁ ମିଳିବନି ସରକାରୀ ଚାକିରୀ
ଉତ୍ତର ପ୍ରଦେଶର ସରକାର ନୂଆ ଜନସଂଖ୍ୟା ନୀତି ଆଣିବାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ପ୍ରସ୍ତାବିତ ଆଇନ ବିରୋଧରେ ଦୁଇରୁ ଅଧିକ ଶିଶୁଙ୍କ ବାପାଙ୍କୁ କୌଣସି ସରକାରୀ ସବସିଡି କିମ୍ବା କଲ୍ୟାଣକାରୀ ଯୋଜନାର ଲାଭ ମିଳିପାରିବନି।
(ଉତ୍ତରପ୍ରଦେଶ) : ଉତ୍ତର ପ୍ରଦେଶର ସରକାର ନୂଆ ଜନସଂଖ୍ୟା ନୀତି ଆଣିବାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ପ୍ରସ୍ତାବିତ ଆଇନ ବିରୋଧରେ ଦୁଇରୁ ଅଧିକ ଶିଶୁଙ୍କ ବାପାଙ୍କୁ କୌଣସି ସରକାରୀ ସବସିଡି କିମ୍ବା କଲ୍ୟାଣକାରୀ ଯୋଜନାର ଲାଭ ମିଳିପାରିବନି। ଏହାଉଛଡା ଏଭଳି ବ୍ୟକ୍ତି କୌଣସି ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେନି। ଏହା ସହିତ ଡ୍ରାଫ୍ଟରେ କୁହାଯାଇଛି ଏଭଳି ଲୋକ ସ୍ଥାନୀୟ ନିର୍ବାଚନ ଲଢିପାରିବେନି।
ସୂଚନାନୁଯାୟୀ , ଉତ୍ତର ପ୍ରଦେଶର ଷ୍ଟେଟ୍ ଲ କମିଶନ୍ ,ୟୁପି ଜନସଂଖ୍ୟା (ନିୟନ୍ତ୍ରଣ, ସ୍ଥିରିକରଣ ଓ କଲ୍ୟାଣ)ବିଲ୍, ୨୦୨୧ ଡ୍ରାଫ୍ଟ ଉପରେ ୧୯ ଜୁଲାଇ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କର ରାୟ ମଗାଯାଇଛି। ଏହି ଡ୍ରାଫ୍ଟରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଆଇନ୍ ଲାଗୁ ହେବାହପରେ ଏହାର ଉଲଂଘନ କରନ୍ତି, ତେବେ ତାଙ୍କୁ ସରକାରଙ୍କ ଦ୍ବାରା ପ୍ରାୟୋଜିତ ସମସ୍ତ କଳ୍ୟାଣକାରୀ ଯୋଜନାର ଲାଭରୁ ବଞ୍ଚିତ କରିଦିଆଯିବ। ସ୍ଥାନୀୟ ନିର୍ବାଚନ ଲଢିପାରିବେନି। ରାଜ୍ୟ ସରାରଙ୍କ ସରକାରୀ ଆବେଦନ ପାଇଁ ଯୋଗ୍ୟ ହେବନି। ଏଭଳି ଲୋକଙ୍କୁ ସରକାରୀ ଚାକିରୀରେ ପ୍ରମୋଶନ୍ ମିଳିବନି। ତାଙ୍କର ରାସନ୍ କାର୍ଡ ମଧ୍ୟ ୪ଟି ସଦସ୍ୟ ଭିତରେ ସୀମିତ ରହିବ ଓ କୌଣସି ପ୍ରକାର ସରକାରୀ ସବସିଡି ମଧ୍ୟ ନେଇପାରିବେନି। ଆଇନର ଡ୍ରାଫ୍ଟ ଅନୁସାରେ, ଏହି ବିଲ ରାଜପତ୍ରରେ ପ୍ରକାଶନ୍ ତାରିଖରେ ଏକ ବର୍ଷ ପରେ ଲାଗୁ ହେବ।