ବାଲୁଗାଁ : ଆଜି ପୂର୍ବାହ୍ଣରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ବିଜ୍ଞାନ ପ୍ରଚାର ସମିତି ପକ୍ଷରୁ ପ୍ଲାଟିନମ୍ ଜୁବିଲି ସମାରୋହ ବିଶ୍ଵାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବକ୍ତୃତା କକ୍ଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ପର୍ବରେ ବିଜ୍ଞାନ ପ୍ରଚାର ସମିତି ସଭାପତି ଡାକ୍ତର ନିତ୍ୟାନନ୍ଦ ସ୍ଵାଇଁଙ୍କ ସଭାପତିତ୍ଵରେ ମୂଖ୍ୟ ଅତିଥି ରୂପେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଡଃ. ପ୍ରିୟମ୍ବଦା ମହାନ୍ତି ହେଜମାଦି , ମନୋବିଜ୍ଞାନ ଅଧ୍ୟାପିକା ଡକ୍ଟର ପ୍ରତିଭା ମହାରଥୀ ଏବଂ ସମ୍ମାନୀତ ଅତିଥି ବିଜ୍ଞାନ ପ୍ରଚାର ସମିତିର ପୃଷ୍ଠପୋଷକ ପ୍ରଫେସର ଡାକ୍ତର ଗିରିଜାନନ୍ଦନ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏଥି ନିମିତ୍ତ ପ୍ରତିଯୋଗିତାରେ କୃତିତ୍ଵ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ଏହି ଅବସରରେ ବିଡିଏସ୍ ପରିକ୍ଷାରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲୁଗାଁ ପୁଅ ତଥା ଅଧ୍ୟାପକ ପ୍ରଶାନ୍ତ ଦାଶଙ୍କ ପୁତ୍ର ଡାକ୍ତର ଅଭାସ୍ ଦାଶଙ୍କୁ ଡାକ୍ତର ରବିରଞ୍ଜନ ସାହୁ ପ୍ରତିଭା ପୁରସ୍କାର ପ୍ରଦାନ କରିବା ସହ ସମ୍ମାନପତ୍ର ଗ୍ରହଣ କରିଥିଲେ । ଡାକ୍ତର ଆଭାସଙ୍କ ପରିଶ୍ରମ ଏବଂ କୃତକାର୍ଯ୍ୟକୁ ନେଇ ପଦ୍ମଶ୍ରୀ ପ୍ରଫେସର ଡାଃ ପ୍ରିୟମ୍ବଦା ମହାନ୍ତି ହେମଜାଦି ଏବଂ ଡକ୍ଟର ପ୍ରତିଭା ମହାରଥୀ ଆଶୀର୍ବାଦ ପ୍ରଦାନ କରିବା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।