ଭୁବନେଶ୍ୱର: ଭୁବନେଶ୍ୱର ଟ୍ରିପଲ ଆଇଟିର ନୂଆ ନିର୍ଦ୍ଦେଶକ ହେଲେ ଡକ୍ଟର ଆଶିଷ ଘୋଷ ।IIIT ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଡକ୍ଟର ଆଶିଷ ଘୋଷଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । ଡ. ଆଶିଷ ଘୋଷ ଏବେ କୋଲକାତା ସ୍ଥିତ ଟେକନୋଲୋଜି ଇନୋଭେସନ୍ ହବ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ରଫେସର ଅଛନ୍ତି । ୨୮ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି । ୧୦ଟି ପୁସ୍ତକ ରଚନା କରିବା ସହ ୧୦ ଜଣ ପିଏଚ୍ଡି ସ୍କୋଲାରଙ୍କ ଗାଇଡ୍ ରହିଛନ୍ତି ଡକ୍ଟର ଆଶିଷ ଘୋଷ ।