ଡାମରପୁର ପଞ୍ଚାୟତରେ ଡିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଟ୍ଟାମୁଣ୍ଡାଇ /ନୟନା ନନ୍ଦ ବେହୁରା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତରେ ୭ ଦିନ ଧରି ଅନୁଷ୍ଠିତ ହେଉଥିବା ଡିପିଏଲ ସିଜନ-୩ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରତିବର୍ଷ ନୂତନ ବର୍ଷ ଆଗମନର ଅବ୍ୟବହିତ ପୂର୍ବରୁ ଡାମରପୁର କ୍ରିକେଟ କ୍ଲବ୍ ପକ୍ଷରୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜିତ ହୋଇଥାଏ। ଏହି ଡିପିଏଲ ସିଜନ-୩ କ୍ରିକେଟ ଟୁର୍ନାମେଣ୍ଟରେ ୮ ଟିମ ଅଂଶ ଗ୍ରହଣ କରିଥିଲେ । ଲଷ୍ମୀନାରାୟଣ କ୍ରିକେଟ ଟିମ ରାଘପୁର ଓ ମହାଦେବ କ୍ରିକେଟ ଟିମ ମାଳିଦଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚରେ ଲଷ୍ମୀନାରାୟଣ କ୍ରିକେଟ ଟିମ ଚମ୍ପିଆନ୍ ହୋଇଥିଲା । ଏଥିରେ ମହାଦେବ କ୍ରିକେଟ ଟିମ ସିନିୟର ହୋଇଥିଲା। ଖେଳ ଶେଷରେ ସମାଜସେବି ବସନ୍ତ କୁମାର ନାଥଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ଟ୍ରଫି ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ଆନୁସୟା ନାଥ ,ଡାମରପୁର ସମିତି ସଭ୍ୟା ନିରୁପମା ସାହୁ ,ରୋଫ ଫାଉଣ୍ଡର ନିଶିକାନ୍ତ ତାରିଣୀଆ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। । ଏହି ଫାଇନାଲ ଦିବସରେ ମ୍ୟାନ ଅଫ ଦି ମ୍ୟାଚ ରାଘପୁର କ୍ରିକେଟ ଟିମର ଖେଳାଳୀ ଶିବସୁନ୍ଦରଙ୍କୁ ଟ୍ରଫି ସହ ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରଯାଇଥିଲା । ମ୍ୟାନ ଅଫ ଦି ସିରିଜ ଭାବେ ମାଳିଦାଣ୍ଡ କ୍ରିକେଟ ଟିମର ଖେଳାଳୀ ସତ୍ୟ ରଞ୍ଜନ ବେହେରାଙ୍କୁ ଟ୍ରଫି ସହ ୨ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା | ଚମ୍ପିଆନ ଦଳକୁ ଚମ୍ପିଆନ ଟ୍ରଫି ସହ ୭ହଜାର ଟଙ୍କା ଓ ବିଜେତା ଦଳକୁ ରନର୍ସ ଅପ୍ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।