ସାଲେପୁର: ଯୁବକ ର ଆତ୍ମହତ୍ୟା ନାଁ ହତ୍ୟା ସାଲେପୁର ଥାନାରେ ଅଭିଯୋଗ। ଯୁବକ ଜଣକ ହେଲେ ବାରବାରି ଗାଁର ନବୀନ କାଣ୍ଡି ପୁଅ ବାପିନା କାଣ୍ଡି । ବୟସ କୋଡିଏ। ଘଟଣା ଘଟିଛି ସାଲେପୁର ଥାନା ଶଙ୍କରପୁର ମାମୁଁଘର ଗାଁରେ। ପିଲାବେଳୁ ଶଙ୍କରପୁର ଗାଁରେ ମାମୁଁ ଘରେ ରହି ଆସୁଥିଲେ। ଗତକାଲି ରାତିରେ କ୍ରାତ୍ତିକେଶ୍ୱର ଭସାଣି ହେଉଥିବା ବେଳେ ଶଙ୍କରପୁର ଗାଁରେ ହୋଇଥିଲା ଗଣ୍ଡଗୋଳ।
ମିଟୁ. ଚଇନସେଠି , ମଇନସେଠି ଵାପିନକୁ ଘରେ ଆସି ଅଶ୍ଳିଲ ଭାଷାରେ ଗାଳିକରି ବାଡାବାଡ଼ି କରିଥିଲେ। ବିଳମ୍ବିତ ରାତିରେ ଘରଲୋକ ଦେଖିଥିଲେ ଯେ ଵାପିନ ଘରେ ଫ୍ୟାନରେ ଝୁଲୁ ଥିବାର। ଏନେଇ ଘରଲୋକ ସାଲେପୁର ଥାନାରେ ଅଭିଯୋଗ ଆଣିଛନ୍ତି ଯେ ମୋପୁଅକୁ ମାରି ଦେଇଛନ୍ତି ବୋଲି l ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତକରି ଅଧିକ ତଦନ୍ତ ଜାରିରଖିଛନ୍ତି ।