‘ନକ୍ସଲ ପୋଷ୍ଟର ଲାଗିଥିଲେ,ସେଠାରୁ ଦୁରେଇ ରୁହନ୍ତୁ ‘

ଯେକୌଣସି ସ୍ଥାନରେ ନକ୍ସଲ ପୋଷ୍ଟର ଲାଗିଥିଲେ, ତା ପାଖକୁ ଯାଆନ୍ତୁ ନାହିଁ।

(କୋରାପୁଟ) : ଯେକୌଣସି ସ୍ଥାନରେ ନକ୍ସଲ ପୋଷ୍ଟର ଲାଗିଥିଲେ, ତା ପାଖକୁ ଯାଆନ୍ତୁ ନାହିଁ। ବରଂ ତୁରନ୍ତ ପୁଲିସ୍‌କୁ ଜଣାନ୍ତୁ ।’ ଏନେଇ ସାଧାରଣ ଲୋକଙ୍କୁ ପରାମର୍ଶ ସହ ଅନୁରୋଧ କରିଛନ୍ତି କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟାପଲି ।

ସୂଚନାନୁଯାୟୀ , ନକ୍ସଲ ପୋଷ୍ଟର ଲାଗିଥିବା ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଲାଣ୍ଡମାଇନ୍‌ ବିସ୍ଫୋରଣ ହେବାରୁ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଗଜପତି ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟି ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏପରି ପରାମର୍ଶ ଦେଇଛନ୍ତି ଏସ୍‌ପି।