ବିଜେଡିକୁ ନାହିଁ କରୋନା ଭୟ

ଭୁବନେଶ୍ୱର: ରାଜ୍ୟରେ ଏକ ଛତ୍ରବାଦି ଶାସନ ଚଳାଇଛି ବିଜେଡି । ଶାସକ ଦଳ ନିଜର ପ୍ରତିଦ୍ୱନ୍ଧି ଯାହାକୁ ଭାବୁଛି ନିଜର ପତିଆରା ଦେଖାଇ ତାକୁ ଦାବି ଦେବାକୁ ଚେଷ୍ଟା କରୁଛି । କିଛି ଦିନ ହେବ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି । ସର୍ବଦା ର୍ଦୁନୀତିିରେ ବୁଡି଼ି ରହିଥିବା ଶାସକ ଦଳର ନେତାମାନେ ନିଜର କଳାକାରନାମାକୁ ଲୁଚାଇବା ପାଇଁ ସଦା ସର୍ବଦା ନିଜ ପଦବୀର ଅପବ୍ୟବହାର କରନ୍ତି । କିନ୍ତୁ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନଥିବା ଭଳି ଉକ୍ତିଟିକୁ ଖୋଦ ପାଞ୍ଚ ପାଞ୍ଚ ଥର ଓଡିଶାରେ ଶାସନ କରୁଥିବା ବିଜେଡି ଦଳ ଶାକାର କରିଛି ।
ଗତ ୧୦ ତାରିଖ ଦିନ ଭୁବନେଶ୍ୱର ସାଂସଦ ଅପରାଜିତା ବାରମ୍ବାର କୋଭିଡ ନିୟମ ଉଲଂଘନ କରୁଥିବା ଅଭିଯୋରେ ବିଏମସି ତାଙ୍କ କାର୍ଯ୍ୟଳୟକୁ ସିଲ କରିଥିଲା । ଫଳରେ ବାଧ୍ୟ ହୋଇ ସାଂସଦ ରାଜରାସ୍ତାରେ ନିଜର କାର୍ଯ୍ୟଳୟ ଚଳାଉଛନ୍ତି । ଅନ୍ୟପକ୍ଷେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ଖୁଲମ ଖୁଲା କୋଭିଡ ନିୟମ ଭାଙ୍ଗୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏମିତିକି କୋଭିଡ ନିୟମ ଉଲଂଘନ କରୁଥିବା ନେତାମୋନେ ନିଜେ ସୋସିଆଲ ମିଡିଆେରେ ସେହି ଫଟୋ ଗୁଡକ ସେୟାର କରୁଛନ୍ତି । ଯାହ ବାରାମ୍ବାର ଦେଖିବାକୁ ମିଳୁଛି ତିର୍ତ୍ତୋଲ ଓ ବାଲେଶ୍ୱର ଅଞ୍ଚଳରେ । କିନ୍ତୁ ସବୁପରେ ମଧ୍ୟ ସେମାନଙ୍କ ବିରୋଧରେ କେହିବିି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଗୋଟେପଟେ ର୍ଦୁନୀତି ଦେଖିଲେ କୁଆଡେ ରାଜ୍ୟ ମୁଖିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । କିନ୍ତୁ ଏହି ନେତାମାନଙ୍କ ବିେରୋଧେରେ କାହିଁ ଆମ ମୁଖିଆଙ୍କ ଜୋର ଚାଲୁନାହିଁ । କଣ ଲୋକମାନେ କହୁଥିବା କଥା ସତ? କଣ ଆମ ମୁଖିଆ କୁଆଡେ ଆଇଏସ ମାନଙ୍କ ବୋଲକରା? ଯଦି ଏହା ସତ ତେବେ ଆଗାମୀ ଦିନରେ ଓଡିଶାର ଭବିଷ୍ୟତ ଏହି ଗୁଣ୍ଡା ଶ୍ରେଣୀୟ ରାଜନେତାଙ୍କ ହାତରେ ।