ପାରିବାରିକ ହିଂସା ନେଲା ଉଗ୍ରରୂପ ;ସ୍ୱାମୀର ଛୁରା ମାଡରେ ପତ୍ନୀ ଗୁରୁତର

ଖୋର୍ଦ୍ଧା: ପାରିବାରିକ ହିଂସା ନେଲା ଉଗ୍ର ରୁପ  । ସ୍ୱାମୀର  ଛୁରା ମାଡରେ  ପତ୍ନୀ ଗୁରୁତର  । ପତ୍ନୀର ବେକରେ ଲାଗିଛି ଗଭୀର   ଆଘାତ  । ପ୍ରବଳ  ରକ୍ତ ସ୍ରାବ ଯୋଗୁଁ ପତ୍ନୀ ଗୁରୁତର ହୋଇଛନ୍ତି  । ଗୁରୁତର ପତ୍ନୀଙ୍କୁ  ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି  । ସ୍ୱାମୀର ଛୁରା ମାଡ ଯୋଗୁଁ  ପତ୍ନୀର ବେକରେ ଗଭୀର କ୍ଷତ ହେବା ସହ  ପ୍ରବଳ ରକ୍ତସ୍ରାବ ହୋଇଛି  । ସେଥିପାଇଁ ଅଧିକ ଚିକିତ୍ସା ଲାଗି ପତ୍ନୀଙ୍କୁ ଭୁବନେଶ୍ବର  ସ୍ଥାନାନ୍ତର କରାଯାଇଛି  । ପତ୍ନୀଙ୍କର ନାମ ପ୍ରଭାସୀନି ସାହୁ ୩୦ ବର୍ଷ , ଘର ଖୋର୍ଦ୍ଧା ,ଜିଲ୍ଲା  ଟାଙ୍ଗୀ  ଗୋଡିପାଟଣା ସାହିରେ  । ସେ ପ୍ରେମ ବିବାହ  କରିଥିଲେ କୁଲୁ ସାହୁଙ୍କୁ  । ତାଙ୍କର  ୨ ଟି କନ୍ୟା ସନ୍ତାନ ଥିବା ଜଣା ପଡିଛ  । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ୍ୟରେ  ବିବାଦ ଯୋଗୁଁ ପତ୍ନୀ  ନିଜ ବାପ ଘରେ ଟାଙ୍ଗୀ ପଟନାୟକ ସାହିରେ ରହି ଆସୁଥିଲେ  । ପତ୍ନୀ  ପ୍ରଭାସିନୀ ବାପ ଘରେ ରହିବା ସହ   ଭୁବନେଶ୍ବର ରେ ଏକ ଘରୋଇ କଂପାନିରେ  ରିସେପସନିଷ୍ଟ  ଭାବରେ  କାମ କରୁଥିଲେ  । ଆଜି ଅପରାହ୍ନରେ ପ୍ରଭାତୀ ନିଜ ଝିଅ ଶହ ଭୁବନେଶ୍ୱର ଯିବା ବେଳେ ଟାଙ୍ଗୀ ବସ୍ ଷ୍ଟାଣ୍ଡରେ ଛୁରା ମାରିଥିଲା ତାର  ସ୍ୱାମୀ କୁଲୁ ସାହୁ.  । ଜୀବନରେ ମାରି ଦେବା ପାଇଁ କୁଲୁ ସାହି ପ୍ରଭାତୀର ବେକରେ ଛୁରାରେ ଗଭୀର ଆଘାତ କରିଥିଲା । ଝିଅର ଚିତ୍କାର ଶୁଣି  ନିଜ ଝିଅକୁ ବଂଚାଇବାକୁ ଯାଇ ବାପ ଶ୍ରୀମନ୍ତ ମାନସିଂ  ଆହତ ହୋଇଛନ୍ତି  । ବାପ ଶ୍ରୀମନ୍ତ ମାନସିଂର ହାତରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି..ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଛି  ଟାଙ୍ଗୀ ପୋଲିସ୍  । ମେଡିକାଲରେ ଟାଙ୍ଗୀ ଥାନା ଆଇ ଆଇ ସି ଦିଗ ବିଜୟ ବିଶ୍ୱାଳ   ପହଂଚି ତଦନ୍ତ ଜାରିରଖିଛନ୍ତି  ।