ଢେଙ୍କାନାଳ : ଢେଙ୍କାନାଳର ଜୁବଲି ଟାଉନ୍ରେ ସିବିଆଇର ଚଢାଉ । ଶିଶୁ ମାନଙ୍କ ଅଶ୍ଲୀଳ ଭିଡିଓ ସୋସିଆଲ ମିଡିଆରେ ଛାଡିବା ଅଭିଯୋଗରେ ଆଜି ସିବିଆଇ ସୁରେନ୍ଦ୍ର ନାୟକୁ ଗିରଫ କରିଛି ସିବିଆଇ । ଢେଙ୍କାନାଳର ଜୁବଲି ଟାଉନ୍ କଲୋନୀ ସାହିର ସୁରେନ୍ଦ୍ର ନାୟକକୁ ଗିରଫ କରିଛି ସିବିଆଇ । ଗିରଫ ସୁରେନ୍ଦ୍ରଙ୍କୁ ସିବିଆଇ ଟିମ୍ ଦିଲ୍ଲୀ ନେଇଯିବ । ସିବିଆଇ ଟିମ୍ ସୁରେନ୍ଦ୍ରର ଫୋନ୍ ଜବତ କରିଥିବା ବେଳେ ତା’ଠାରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ।
ପ୍ରାୟ ୨ ମାସ ହେବ ଅଶ୍ଲୀଳ ଭିଡିଓ ଗ୍ରୁପରେ ଜଡ଼ିତ ଥିଲା ସୁରେନ୍ଦ୍ର । ମୋଟା ଟଙ୍କା ଲୋଭରେ ଅଶ୍ଲୀଳ ଭିଡିଓକୁ ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ ଗ୍ରୁପରେ ଛାଡ଼ୁଥିଲେ ସେ । ପ୍ରତି ବଦଳରେ ଆକାଉଣ୍ଟକୁ ଆସୁଥିଲା ଟଙ୍କା । ଦେଶୀ ଏମଏମଏସ୍ ନାମକ ଗ୍ରୁପରେ ଅଶ୍ଲୀଳ ଭିଡିଓ ଛଡ଼ା ଯାଉଥିବା ବେଳେ ଜେରା ବେଳେ ସିବିଆଇକୁ କହିଛି ସୁରେନ୍ଦ୍ର । ଅଶ୍ଲୀଳ ଭିଡିଓ ପାଇଁ ସୁରେନ୍ଦ୍ରକୁ ୨୧ ଡଲାର ବା ଭାରତୀୟ ମୁଦ୍ରାରେ ୧୭୦୦ ଟଙ୍କା ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି ।
ଆଜି ସକାଳୁ ସିବିଆଇର ୮ ଜଣିଆ ଟିମ୍ ସୁରେନ୍ଦ୍ରଙ୍କ ଘରେ ରେଡ୍ କରିଥିଲା । ରେଡ୍ ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ସିବିଆଇ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଶେଷରେ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିବିଆଇ ଅଧିକାରୀଙ୍କୁ ଉଦ୍ଧାର କରିବା ସହ ସୁରେନ୍ଦ୍ରକୁ ହେପାଜତକୁ ନେଇଥିଲା । ସୁରେନ୍ଦ୍ର ଏକ ହ୍ୱାଟ୍ସଆପ୍ ଗ୍ରୁପର ଆଡମିନ୍ ଥିବାବେଳେ ୨୫ ଜଣ ସଦସ୍ୟ ଥିବା ଜଣାପଡ଼ିଛି ।