ହାଇସ୍କୁଲ ପଡିଆ ଠାରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ବାଟିପଡା ହାଇସ୍କୁଲ ପଡିଆ ଠାରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବାଟିପଡା ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି ଦୋଳ ମେଲଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କ୍ରିଡାବିତ ଦୁତି ଚାନ୍ଦ ଯୋଗ ଦେଇ ଗ୍ରାମାଞ୍ଚଳର ଏଭଳି ନିଆରା ପର୍ବକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବିଜୟଲଷ୍ମୀ ସାହୁ,ଦୋଳ ମେଳଣ କମିଟି ସଭାପତି ଶିଶିର ପ୍ରଧାନ,ସମ୍ପାଦକ ଅସିତ କୁମାର ସାହୁ ପୂର୍ବତନ ସରପଞ୍ଚ ମୃଣଳ କାନ୍ତ ପାଣ୍ଡବ, ସମାଜସେବୀ ଯୁଗୋଳ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦୁତି ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ମେଲଣରେ ବିଭିନ୍ନ ଗ୍ରାମରୁ ରାଧାକୃଷ୍ଣଙ୍କ ବିମାନ ଆସି ଭାଗ ନେଇଥିଲେ । ମେଲଣ ନିମନ୍ତେ ବାଟିପଡା ଗ୍ରାମ ଉତ୍ସବ ମୁଖର ହୋଇ ପଡିଛି ।