ଭୁବନେଶ୍ଵର: ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା । ବିଏମ୍ସି ପକ୍ଷରୁ ଭୋର୍ ୫ଟାରୁ ଗଣତି ଆରମ୍ଭ । ୬୭ଟି ୱାର୍ଡରେ ଗଣନା ଚାଲିଥିବା ବେଳେ ୪୧୦ ଜଣ ଏଥିରେ ନିୟୋଜିତ ଅଛନ୍ତି । ଆଜିଠୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ, ୨୨ରୁ ୨୫ ଯାଏଁ ୨ୟ ପର୍ଯ୍ୟାୟରେ ଗଣନା କାର୍ଯ୍ୟ ହେବ ।

ତେବେ ରାଜ୍ୟରେ ଏହା ପ୍ରଥମଥର ପାଇଁ ହୋଇଛି । ସମୁଦାୟ ୬୭ଟି ଓ୍ୱାର୍ଡରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ପୂର୍ବରୁ ଗଠନ କରାଯାଇଥିଲା ଟିମ୍ । ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ତଥା ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି ।