ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା

ଭୂବନେଶ୍ଵର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା । ଏନେଇ ସୂଚନା ଦେଲେ BMC କମିଶନର ଚଞ୍ଚଳ ରାଣା । ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMC ଅଧିକାରୀ ସାମିଲ ହେବେ । ତେବେ ଗଣନା ପୂର୍ବରୁ BMC ପକ୍ଷରୁ ସମସ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ କୁକୁର ଗଣନା ଶେଷ ହେବ । ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ ବୋଲି କହିଛନ୍ତି BMC କମିଶନର ।

ତେବେ ରାତି ୨ଟାରୁ ଭୋର୍‌‌ ୪ଟା ମଧ୍ୟରେ କୁକୁରମାନେ ରାସ୍ତାରେ ଥିବାରୁ ସହଜ ଉପାୟରେ କୁକୁର ଗଣନା କରାଯାଇପାରିବ । ପ୍ରାୟ ୪ ଶହ ସ୍ୱଚ୍ଛସାଥୀ, ସଫେଇ କର୍ମଚାରୀ ଏବଂ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଏଥିରେ ନିୟୋଜିତ କରାଯିବ । ପ୍ରତ୍ୟେକ ୱାର୍ଡ ପାଇଁ ଜଣେ ସୁପରଭାଇଜର ରହିବେ। ତାଙ୍କ ଅଧୀନରେ ୪ଟି ଟିମ୍‌‌ ଗଠନ କରାଯିବ। ଏହି ଟିମ୍‌‌ରେ ୪ରୁ୫ ଜଣ ସଦସ୍ୟ ରହିବେ। ଏହି ଟିମ୍‌‌ର କାମ ହେଉଛି ବାଇକ୍‌‌ରେ ବିଭିନ୍ନ ଗଳି ବୁଲି କୁକୁର ଗଣନା କରିବେ।

ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି, ସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ରାଜଧାନୀରେ କେତେ କୁକୁର ଅଛନ୍ତି ଜଣା ପଡ଼ିବ । ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମିଛି ନଜର ରହିବ । ୮୦ ହାଜରରୁ ଊର୍ଦ୍ଧ୍ବ କୁକୁର ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଅଛନ୍ତି ।