କୁକୁର ନାଁରେ ବାହାରିଲା ରେସିଡେଣ୍ଟ ସାର୍ଟିଫିକେଟ…

ବିହାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଝଓଜ ମାଧ୍ୟମରେ ଲୋକମାନେ ସେମାନଙ୍କର ଡକୁ୍ୟମେଣ୍ଟ ସଂଶୋଧନ କରୁଥିବା ବେଳେ ଏଥିରେ ଗୋଟିଏ କୁକୁରର ଡକୁ୍ୟମେଣ୍ଟ ଦେଖିବାକୁ ମିଳିଛି । ବିହାର ପାଟନା ଜିଲ୍ଲାର ମସୌରିରେ ‘କୁକୁର ବାବୁ’କୁ RTPS ପୋର୍ଟାଲ୍ ଦ୍ୱାରା ସ୍ୱତନ୍ତ୍ର ଚିକିତ୍ସା ଦିଆଯାଇଛି ଏବଂ ଏକ ଆବାସିକ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଡକ୍ୟୁମେଣ୍ଟରେ ଲେଖାଯାଇଥିବା ନାମ ‘କୁକୁର ବାବୁ’, ବାପାଙ୍କ ନାମ କୁତା ବାବୁ ଓ ମା’ଙ୍କ ନାମ କୁତିଆ ବାବୁ ରହିଛି । ଏବଂ ଠିକଣା କୌଲିଛକ ୱାର୍ଡ ନମ୍ବର ୧୫, ନଗର ପରିଷଦ ମସୌର୍ହି ଲେଖାଯାଇଛି। ଫଟୋ ସ୍ଥାନରେ ଏକ କୁକୁରର ଫଟୋ ମଧ୍ୟ ରହିଛି।

ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ପ୍ରମାଣପତ୍ରରେ ମସୌଦି ମଣ୍ଡଳ କାର୍ୟ୍ୟାଳୟର ରାଜସ୍ବ ଅଧିକାରୀ ମୁରାରୀ ଚୌହାନଙ୍କ ଡିଜିଟାଲ ଦସ୍ତଖତ ମଧ୍ୟ ଅଛି । ଏହାର ଅର୍ଥ ହେଉଛି ଏହି ଫଟୋସପ ପ୍ରାଙ୍କ ନୁହେଁ ବରଂ ସିଷ୍ଟମରୁ ସୃଷ୍ଟି ହୋଇଥିବା ଡକ୍ୟୁମେଣ୍ଟ’। କାହିଁକି ନା ରାଜସ୍ୱ ଅଧିକାରୀଙ୍କ ଡଙ୍ଗଲ୍ ବିନା ଡିଜିଟାଲ୍ ହସ୍ତାକ୍ଷର କରାଯାଇପାରିବ ନାହିଁ।

ଯେତେବେଳେ ଏହି ପ୍ରମାଣପତ୍ରର ନମ୍ବର RTPS ପୋର୍ଟାଲରେ ଖୋଜାଗଲା, ସେତେବେଳେ ଜଣାପଡିଲା ଯେ ଏହା ପ୍ରକୃତରେ ଦିଲ୍ଲୀର ଜଣେ ମହିଳାଙ୍କ ନାମ ସହିତ ଲିଙ୍କ୍ ହୋଇଛି । ଆଧାର ଏବଂ ସ୍ୱାମୀଙ୍କ ପ୍ରମାଣପତ୍ର ମଧ୍ୟ ଡକ୍ୟୁମେଣ୍ଟ ସହିତ ସଂଲଗ୍ନ ହୋଇଛି। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ସର୍କଲ ଅଫିସର କହିଛନ୍ତି, “ଏହା କୌଣସି ମଜା ନୁହେଁ, ବରଂ ଏକ ଗୁରୁତର ଭୁଲ। ରାଜସ୍ୱ ଅଧିକାରୀଙ୍କ ଡଙ୍ଗଲର କିପରି ଅପବ୍ୟବହାର କରାଯାଇଥିଲା ତାହାର ତଦନ୍ତ ହେବ। ଦୋଷୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଶ୍ଚିତ।” ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ RTPS ଅପରେଟରଙ୍କଠାରୁ ରାଜସ୍ୱ କର୍ମଚାରୀ ପର୍ୟ୍ୟନ୍ତ, ଏହି ଡକ୍ୟୁମେଣ୍ଟରେ ଯୋଗଦାନ କରିଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ FIR ରୁଜୁ କରାଯିବ।