ନୂଆଦିଲ୍ଲୀ: ହସ୍ପିଟାଲରେ ସରିଗଲା ଅକ୍ସିଜେନ । ଏହା ଦେଖି ହସ୍ପିଟାଲରେ ରୋଗୀଙ୍କୁ ଛାଡି ଚାଲିଗଲେ ଡାକ୍ତର ଓ ନର୍ସ । ରୋଗୀ ଅକ୍ସିଜେନ ନ ପାଇ ଛଟପଟ ହେଉଥିଲେ । କିନ୍ତୁ ଆଇସିୟୁର ଏହି ଗୁରୁତର ରୋଗୀଙ୍କ ପ୍ରତି ନ ଥିଲା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନଜର । ଏପରି ଅଭିଯୋଗ ହୋଇଛି ଗୁରୁଗ୍ରାମରେ ଥିବା ହସ୍ପିଟାଲ ନାମରେ । ଏହାର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ଏପ୍ରିଲ ୩୦ ତାରିଖର । ଅକ୍ସିଜେନ ଅଭାବରୁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।
ଭିଡିଓରେ ଦେଖିବାକୁ ମିଳିଛି, ରୋଗୀଙ୍କ ପରିବାର ସଦସ୍ୟମାନେ ବ୍ୟସ୍ତବିବ୍ରତ ହୋଇ ନର୍ସ ଷ୍ଟେସନ, ୱାର୍ଡ ଓ କ୍ୟାବିନ ସବୁଆଡେ ଡାକ୍ତରଙ୍କୁ ଖୋଜିଥିଲେ । ଆହୁରି ମଧ୍ୟ ଦେଖିବ।।କୁ ମିଳୁଛି ଡାକ୍ତର ରୋଗୀଙ୍କୁ ମରିବାକୁ ଛାଡି ଦେବାକୁ ନେଇ ପୁଲିସ ଓ ଲୋକଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ଭିଡିଓରେ ଜଣେ ରୋଗୀ ଆଇସିୟୁରେ ନିସ୍ତେଜ ହୋଇପଡ଼ି ରହିଥିବା ବେଳେ ଜଣେ ବ୍ୟକ୍ତି ମୃତ ମୃତ ବୋଲି ଚିକ୍ରାର କରୁଥିଲେ । ତେବେ ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି, ଅକ୍ସିଜେନ ସଂକଟ ଦେଖି ଡାକ୍ତରୀ ଦଳ ରୋଗୀଙ୍କ ପରିବାର ଲୋକଙ୍କ ଆକ୍ରମଣ ଭୟରେ ସେଠାରୁ ଖସିଯାଇ କ୍ୟାଣ୍ଟିନରେ ଲୁଚି ଯାଇଥିଲେ । ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ବ୍ୟକ୍ତି ପଛରୁ ମୃତ ମୃତ ବୋଲି କହୁଛନ୍ତି। ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଅକ୍ସିଜେନ ସରିବା ଜଣାପଡିବା ପରେ ଅପରାହ୍ନ ପ୍ରାୟ ୪ଟାରେ ରୋଗୀଙ୍କୁ ସେମାନଙ୍କ ପରିବାରକୁ ଅନ୍ୟତ୍ର ନେଇଯିବାକୁ କୁହାଯାଇଥିଲା । କିନ୍ତୁ କେହି ସେମାନଙ୍କ ରୋଗୀଙ୍କୁ ସେଠାରୁ ନେଇ ନ ଥିଲେ । କୁ ବସିଥିବାରୁ ପ୍ରାୟ ୪ଟା ବେଳେ ଆମେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅନ୍ୟତ୍ର ନେଇଯିବାକୁ କହିଥିଲୁ। କିନ୍ତୁ କୌଣସି ସହଯୋଗ ମିଳି ନଥିଲା। ଶେଷରେ ରାତିରେ ୬ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏପ୍ରିଲ ୨୪ରେ ହସ୍ପିଟାଲ କର୍ମଚାରୀମାନଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଆକ୍ରମଣ କରିଥିଲେ। ପୂର୍ବରୁ ଡାକ୍ତରୀ କର୍ମଚାରୀଙ୍କ ଉପରେ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବାରୁ ଆମେ ୩୦ ତାରିଖରେ ସେମାନଙ୍କୁ ସେଠାରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶିକା ।