ପୁଣି କରୁଛନ୍ତି ବିପଦକୁ ଆମନ୍ତ୍ରଣ , ଡାକ୍ତରମାନଙ୍କୁ ନିଜ ନିଜ ହେଡକ୍ୱାଟର ରେ ରହିବାକୁ ନିର୍ଦେଶ

ଗଞ୍ଜାମ: ଗଞ୍ଜାମ ଜ଼ିଲ୍ଲାବାସି, ସତର୍କ ଏବଂ ସମ୍ପୂର୍ଣ ଟୀକାକରଣ ନହେଲେ ଆଗାମି ଦିନରେ ତୃତୀୟ ଲହର ସଂକ୍ରମଣରୁ ବର୍ତ୍ତିବା ସମ୍ଭବପର ହେବ ନାହିଁ । ଜନସାଧାରଣଙ୍କ ଢିଲା ଓ ଖାମଖିଆଲି ମନଭାବ ପୁଣି ଟାଣିନେବ ବିପଦ ଆଡକୁ ।ଏହି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଓ ଜ଼ିଲ୍ଲାପାଳଙ୍କ କାର୍ୟ୍ୟାଳୟ, ଓଶ୍ଵାନ ହଲରେ ହୋଇଥିବା ବୈଠକରେ ଜ଼ିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ ଯେ, ଜ଼ିଲ୍ଲାରେ ଏଯାବତ ୮୨ ପ୍ରତିଶତ ଲୋକେ ଟୀକାକରଣ କରିଛନ୍ତି, ପୁଣି ୧୮ ପ୍ରତିଶତ ଲୋକଙ୍କ ଟୀକାକରଣ ବାକି ରହିଛି ଓ କେହି ଜଣେ ହେଲେ ବ୍ୟକ୍ତି ଯପେରି ଟୀକାକରଣରୁ ବଞ୍ଚିତ ରହିବେ ନାହିଁ, ସେଥିନିମନ୍ତେ ସମସ୍ତ ସମ୍ପୃକ୍ତ ଅଧିକାରୀଗଣ ତତ୍ଵରତାର ସହିତ କାର୍ୟ୍ୟ କରନ୍ତୁ ଓ ନଚେତ ,ଦକ୍ଷିଣ ଆଫ୍ରିକାରେ ଦେଖା ଯାଇଥିବା ନୂଆ ପ୍ରଜାତିର କରୋନା ଭୁତାଣୁର ତୃତୀୟ ଲହରକୁ ଏଡାଯାଇ ପାରିବ ନାହିଁ ଓ ଆଗାମି ଡିସେମ୍ବର ୧୫ ତାରିଖ ସୁଦ୍ଧା ଟୀକାକରଣରୁ ବଞ୍ଚିତ ଥିବା ୧୮ ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଶେଷ କରନ୍ତୁ ଓ ଡାକ୍ତରଗଣ ଟୀକାକରଣକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଯୁଦ୍ଧକାଳିନ ଭିତ୍ତିରେ ଏହି କାର୍ୟ୍ୟ ସମ୍ପନ୍ନ କରନ୍ତୁ ଓ ଜ଼ିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମସ୍ତ ଡାକ୍ତରଗଣକୁ ପୁନର୍ବାର ଏବଂ ଶେଷ ଥର ପାଇଁ ଅନୁରୋଧ କରିଛନ୍ତି ସେମାନେ ନିଜନିଜ ହେଡ କ୍ୱାଟର ଛାଡ଼ନ୍ତୁ ନାହିଁ । ନଚେତ ପାଣ୍ଡାମିକ ଆଇନ ପ୍ରକାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରାଇ ଦେଇଛନ୍ତି ଓ
ଓ “ହର ଘର ଦସ୍ତକ” କାର୍ୟ୍ୟକ୍ରମରେ ପ୍ରତିଟି ଘରକୁ ଘର ଯାଇ ସର୍ତ୍ତେ କରନ୍ତୁ ଓକେହିଜଣେ ବି ଟୀକାକରଣରୁ ବଞ୍ଚିତ ହେବେ ନାହିଁ ନିଶ୍ଚିତ କରନ୍ତୁ ଓ ଗର୍ଭବତୀ ମହିଳା ଟିକାକରଣ ସୁନିଶ୍ଚିତ କରନ୍ତୁ ଓ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜ଼ିଲ୍ଲା ସମନ୍ବିତ ଶିଶୁ ଓ ମିହିଳା ବିକାଶ ଅଧିକାରୀ ନିଜ ସ୍ତରରେ ସମୀକ୍ଷାକରି ଟୀକାକରଣ କମିଯିବାର କାରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ଓ ଜ଼ିଲ୍ଲାରେ ୨୭,୨୨,୯୦୬ ବ୍ୟକ୍ତିଙ୍କୁ ୨୫ ନଭେମ୍ବର ୨୧ ସୁଦ୍ଧା ଟୀକାକରଣ କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୮ ବର୍ଷ ବୟସ୍କ ପର୍ୟ୍ୟନ୍ତ ୨୨୩୩୯୫୮ ଜଣ ପ୍ରଥମ ଡୋଜ ୧୯୨୬୪୯୩ ଦ୍ୱତୀୟ ଡୋଜ ଗ୍ରହଣ କରିଛନ୍ତି ଓ ୩୫୭୦୯୦ ବ୍ୟକ୍ତିଙ୍କ ନିମନ୍ତେ କୋଭାକସିନ ଏବଂ ୩୩୪୮୦ ବ୍ୟକ୍ତିଙ୍କ ପାଇଁ କୋଭିସିଲ୍ଡ ଟିକା ମହଜୁଦ ରହିଛି ଓ ଲୋକଙ୍କୁ ସଠିକ ସଚେତନତା ଓ ସୂଚନା ପ୍ରଦାନ କରାଯାଇ, ସେମାନେ ଯେମିତି ଟୀକାକରଣ ଦିଗରେ ଆଗ୍ରହ ହେବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ଓ ଜ଼ିଲ୍ଲାପାଳ ସମସ୍ତ ବ୍ଲକର ସମୀକ୍ଷା କରିଥିଲେ ଏବଂ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜଣାଇଥିଲେ ଓ ଲୋକେ ବର୍ତମାନ ଖାମଖିଆଲି ନୀତି ଆପଣାଇଛନ୍ତି । ମାସ୍କ ବ୍ୟବହାର କରୁନାହାନ୍ତି ଓ, ସବୁଠି ଭିଡ଼ ଜମୁଛି ଏବଂ ରହୁନାହି ସତର୍କତା ଓ ଏହି ଦିଗରେ ସତର୍କ କରାଇବା ସହ ଚଢ଼ାଉ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି ଓବୈଠକରେ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଡ଼. ସିଧେଶ୍ୱେର ବୋଦାର, ଅତିରିକ୍ତ ଜ଼ିଲ୍ଲାପାଳ ଲିନା କୁମାରୀ ଖେସ୍, ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦେଶକ ସଚ୍ଚିଦାନନ୍ଦ ନାୟକ, ଉପ ଜ଼ିଲ୍ଲାପାଳ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ସମ୍ବିତ ରାଉତ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଉମାକାନ୍ତ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜ଼ିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ସମସ୍ତ ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।