ସୋନପୁର: ଜିଲ୍ଲପାଳଙ୍କ ସ୍ବଚ୍ଛ ସୋନପୁର ପ୍ରସ୍ତୁତି ବୈଠକ। ସୋନପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଏକ ଯୋଜନା କାର୍ଯ୍ୟକାରୀ କରିବା ଉପରେ ବିଶେଷ ଆଲୋଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ସହରାଞ୍ଚଳ ପ୍ରତ୍ୟେକ ଘରକୁ ସର୍ଭେ କରାଯାଇ ପ୍ରତ୍ୟେକ ପରିବାରର ମୁଖ୍ୟ ତଥା ପରିବାର ସଦସ୍ୟ ସଂଖ୍ୟା, ଘରୁ ନିର୍ଗମଣ ବିଭିନ୍ନ କିସମର ବର୍ଜ୍ୟବସ୍ତୁର ପରିମାଣ ପ୍ରଭୁତି ର ତଥ୍ୟ ସୁନିଶ୍ଚିତ କରାଯିବା ସହ ବସବାସ କରୁଥିବା ପ୍ରତ୍ୟେକ ଘରେ ପାଇଖାନା ଓ ପାଇଖାନା ଟାଙ୍କିର ନିର୍ମାଣ, ପୁନଶ୍ଚ ପାଇଖାନାରୁ ମଳ ନିର୍ଗତ ପାଇପ ସିଧାସଳଖ ଯେପରି ସର୍ବସାଧାରଣ ନାଳରେ ସଂଯୋଗ ନହୋଇ ଗୃହ ମାଲିକ ଦ୍ୱାରା ପ୍ରସ୍ତୁତ ସେପ୍ଟି ଟ୍ୟାଙ୍କରେ ସଂଯୋଗ ରହିବ ସେଥିପ୍ରତି ନିଶ୍ଚିତ କରାଯିବାକୁ ପରାମର୍ଶ ଦେଇଛନ୍ତି ।
ଯେଉଁ ଗୃହ ମାଲିକଙ୍କ ସେଫଟି ଟ୍ୟାଙ୍କ ନାହିଁ ସେମାନେ ଆସନ୍ତା ଏକ ମାସ ମଧ୍ୟରେ ନିର୍ମାଣ କରିବାକୁ ପୌର ପରିଷଦ ଦ୍ୱାରା ସୂଚୀତ କରାଯିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରୁ ଥିବା ବର୍ଯ୍ୟବସ୍ତୁକୁ ବାହାରେ ଏଣେ ତେଣେ କିମ୍ବା ସର୍ବସାଧାରଣ ନାଳ ରେ ନ ଫୋପାଡ଼ି ପ୍ରତ୍ୟହ ଅଲଗା ଅଲଗା ଭାବେ ଚି଼ହ୍ନଟ ଡଷ୍ଟବିନରେ ଘର ଦରଜା ବାହାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଖିବେ ।
ଯାହାକୁ ମ୍ୟୁନିସିପାଲିଟି ତରଫରୁ ନିୟୋଜିତ ସଫେଇ କର୍ମଚାରୀଙ୍କ ଦ୍ୱାରା ବ୍ୟବସ୍ଥିତ ଭାବେ ସଂଗ୍ରହ କରାଯାଇପାରିବ । ବର୍ଜ୍ୟବସ୍ତୁ ସଂଗ୍ରହ ର ସମୟ ବସବାସ ଗୃହ ନିମନ୍ତେ ପ୍ରତ୍ୟହ ସକାଳ ୬ ଘଣ୍ଟା ଓ ୮ ଘଣ୍ଟା ଓ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ପ୍ରତ୍ୟହ ସକାଳ ୯ ଘଣ୍ଟା ରହିଛି । ବର୍ଜ୍ୟବସ୍ତୁ ପରିଚାଳନା କୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ, ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଦୈନିକ ୮ଟି ଯାନ, ୧୨ଟି ତିନି ଚକିଆ ଯାନ, ଏବଂ ୨୦ଟି ହାତଟଣା ଠେଲା ର ଉପଯୋଗ କରାଯିବ ।
ଏହି କାର୍ଯ୍ୟକୁ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ନିମନ୍ତେ ସ୍ୱତନ୍ତ୍ର ଯାଞ୍ଚ ଅଧିକାରୀ ଭାବେ ସହକାରୀ ଜିଲ୍ଲାପାଳ ଇପ୍ସିତା ମିଶ୍ର ଙ୍କୁ ନିୟୋଜିତ କରାଯାଇଛି । ସେ ନିୟମିତ ପୋଲିସ ଅଧିକାରୀ ଙ୍କ ସହ ପେଟ୍ରୋଲିଙ୍ଗ କରି କାର୍ଯ୍ୟକ୍ରମ ର ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି । ସହରରେ ଡ୍ରେନ ଗୁଡିକୁ ବ୍ୟବସ୍ଥିତ କରିବା ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସହର ରେ ବର୍ତ୍ତମାନ ରହିଥିବା ଡ୍ରେନ ର ସ୍ଥିତି, ଅବସ୍ଥିତି ଓ ପରିସ୍ଥିତି ର ସମ୍ପୂର୍ଣ ତଥ୍ୟ ୭ ଦିନ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି ।