ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ

ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର ଜିଲ୍ଲା ସମାଜ ମଙ୍ଗଳ କାର୍ୟ୍ୟାଳୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଏହି ଶିବିର ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରୀ, ଡିଏସପି କୈଳାଶ ଚନ୍ଦ୍ର ବୁରୁଡ଼ା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଈ ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ୟ୍ୟକ୍ରମରେ ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାପାଇଁ ସେମାନଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ କିଭଳି ସୁଦୃଢ ରହିବ ସେଥିପାଇଁ ରାଜ୍ୟ ସରକାର ମହିଳା ମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଓଡିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା କହିଥିଲେ। ଏହି ସଚେତନତା ଶିବିରରେ ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗର ଦଶ ଜଣ ସଦସ୍ୟଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ଯଥା ଅଙ୍ଗନୱାଡ଼ି କର୍ମୀ ସୁକନ୍ତଲା ଭୂୟାଁ,ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଜୀ, ଜିଲ୍ଲା ସଂଯୋଜକ ଶିଶୁ ସୁରକ୍ଷା ବିଭାଗର ନାଗେଶ୍ଵର ଚୌଧୁରୀ, ମହିଳା ଓ ଶିଶୁ ବିଭାଗର କେ. ସୁନୀତା, ମିଶନ ଶକ୍ତି ବିଭାଗର ମହାଲକ୍ଷ୍ମୀ ସ୍ଵଂୟ ସହାୟକ ଗୋଷ୍ଠୀର ସୁସୁମା ଗୌଡ଼, କନଷ୍ଟେବଳ ରୀନା ଦେବୀ, ଷ୍ଟାଫ୍ ନର୍ସ ସନ୍ଧ୍ୟାରଣି ଦେଇ, ଆଶା ବିଜୟଲକ୍ଷ୍ମୀ ଜେନା ଆଡଭୋକେଟ କମଳିନୀ ପଟ୍ଟନାୟକ ଓ ମହିଳା ଓ ଶିଶୁ ସୁରକ୍ଷା ବିଭାଗକୁ ପୁରସ୍କୃତ କରାଯାଇଛି। ଏହି ଆଇନ୍ ସଚେତନତା ଶିବିରରେ ଜିଲ୍ଲାର ସମସ୍ତ ପଦାଧିକାରୀ ସମେତ ଆଡଭୋକେଟ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ବିଭିନ୍ନ ଗ୍ରାମ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।