ସୁବର୍ଣ୍ଣପୁର/ଓମ ପ୍ରକାଶ ମିଶ୍ର: ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବ ମହକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ଶିଶୁ ମାନଙ୍କୁ ନେଇ ମହକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉଦଘାଟନ ଉତ୍ସବରେ ଜିଲ୍ଳା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକା ମୁଖ୍ୟ ଅତିଥିଭାବେ ଯୋଗଦାନ କରି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ଜିଲ୍ଳା ବାଲ୍ୟବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସ୍ୱାଗତ ବକ୍ତବ୍ୟ ଦେବା ସହ କାର୍ୟ୍ୟକ୍ରମ ର ବିବରଣୀ ପଠନ କରିଥିଲେ। ବିଜୟ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ବ୍ରତାନନ୍ଦ ଭୋଇ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।
ସେହିପରି ଅପରାହ୍ନ ରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ୟ୍ୟ ନାରାୟଣ ଦାଶ ଯୋଗଦାନ କରି ଛାତ୍ର ଛାତ୍ରୀ ଙ୍କୁ ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱ ର ବିକାଶ ଉପରେ ସାର ଗର୍ଭକ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥିଭାବେ ଡି ଏସ ପି ସଦର, ଶିଶୁ ମଙ୍ଗଳ କମିଟି ସଭ୍ୟା ରଞ୍ଜିତା ସାହୁ, ଡି ଆଇ ପି ଆରୋ ଶ୍ରୀ ଭୋଇ, ଡିସିପିଓ ଶ୍ରୀ ଦାଶ ମଂଚାସୀନ ରହିଥିଲେ। ଦିବସ ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ ନେଇ ଅନୁଷ୍ଠିତ ଗୀତ, ନୃତ୍ୟ, ତର୍କ, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ଏହି କାର୍ୟ୍ୟକ୍ରମରେ କେଶବ ମେହେର, ସରିତା ସୁନା, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ଼, ଥବିର କାଲସଏ, ବିଶେଶ୍ୱର ହୋତା, ସ୍ୱାଗତ ରାଜ ମିଶ୍ର, ସିଦ୍ଧାନ୍ତ ସୁନା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।