ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସର ସଭାପତି ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ସଦରମହକୁମା ସାରଦା ମଣ୍ଡପ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନବ ନିଯୁକ୍ତି କଂଗ୍ରେସ କମିଟିର ସଦସ୍ୟ, ନୂତନ ବ୍ଳକ ସଭାପତି ଓ ନଗର ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ, କମିଟି ସଦସ୍ୟ ମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ କିପରି ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ତୃଣମୂଳ ସ୍ଥଳରେ କଂଗ୍ରେସ କିପରି ତାର କାୟାବିସ୍ତାର କରିପାରିବ ସେ ସମ୍ବଦ୍ଧରେ ଉପସ୍ଥିତ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ଡ଼ଃ ଲଲାଟେନ୍ଦୁ ମହାପାତ୍ର ଓ ଅନ୍ୟ ବରିଷ୍ଠନେତୃ ମଣ୍ଡଳୀ ଉପସ୍ଥିତ ରହିଥିଲେ ।