ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ୨୦୧୯ ବ୍ୟାଚ୍ ର ଆଇଏଏସ ଅଫିସର ଶ୍ରୀମତୀ ଅନ୍ୟା ଦାସ ଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଜିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟରେ ସ୍ବାଗତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ | ପରେ ପରେ ନୂତନ ଜିଲ୍ଲାପାଳ ଙ୍କ ସହ ଅଧିକାରୀ ଓ କର୍ମଚାରୀ ବୃନ୍ଦ ସୌଜନ୍ୟ ସାକ୍ଷତ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲା ର ସାମଗ୍ରିକ ବିକାଶ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ପ୍ରତ୍ୟକ ବିଭାଗ ନିଜ ବିଭାଗୀୟ କାର୍ଯ୍ୟକ୍ରମର ଲାଭ ଯେପରି ସମସ୍ତ ହିତାକାରୀ ଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ପ୍ରତ୍ୟକ ଅଧିକାରୀ, କର୍ମଚାରୀ ନିଜ ନିଜ କାର୍ଯ୍ୟରେ ସ୍ବଚ୍ଛତା ହେବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାଶ I ପରେ ପରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ସାକ୍ଷତ ଆଲୋଚନା ସମୟରେ ଜିଲ୍ଲା ର ଶିକ୍ଷା ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ ସହିତ ସହର ର ଟ୍ରାଫିକ ବ୍ୟବସ୍ଥାର ସୁଧାର ତଥା ଅପହଞ୍ଚ ଅଞ୍ଚଳର ମୌଳିକ ସମସ୍ୟାର ତୁରିତ କାର୍ଯ୍ୟାନୁଷ୍ଠାନ ସହ ବିକାଶ କ୍ଷେତ୍ରରେ ଗୁରୁତ୍ବ ପ୍ରଦାନ ପୂର୍ବକ କାର୍ଯ୍ୟ କରିବାକୁ ଗଣମାଧ୍ଯମ ଆଗରେ ପ୍ରକାଶ କରିଛନ୍ତି । ଏହା ସହିତ ଜିଲ୍ଲା ର ସମଗ୍ର ବିକାଶ ପାଇଁ ମିଡିଆ ଓ ଜନ ସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ଏହା ପୂର୍ବରୁ ସେ ବାରିପଦା ଉପଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅକାରୀ ଭାବେ ସେ ଦକ୍ଷତାର ସହିତ ଦାୟିତ୍ଵ ନିର୍ବାହ କରିଥିଲେ । ଅପରାହ୍ନ ରେ ଜିଲ୍ଲାପାଳ ଶ୍ରୀମତୀ ଦାଶ ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ବିଭାଗ ବୁଲି ଦେଖି ଥିଲେ |