(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରଖ ସୋମବାର ଦିନ କଂଗ୍ରେସ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ସମସ୍ତ ସରକରୀ କର୍ମଚାରୀଙ୍କୁ ସକାଳ ୯.୩୦ ସୁଦ୍ଧ କାର୍ଯ୍ୟାଳୟରେ ପହଚିଁବାକୁ ନିର୍ଦ୍ଦଶ ଦେଇଛି ଗୃହ ବିଭାଗ । ଭାରତ ବନ୍ଦ ଯୋଗୁ ସବୁ ଜାଗାରେ ଗଣ୍ଡଗୋଳ ପୋଡାଜଳା ହୋଇପାରେ ସେଥିପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶନାମା ଜାରିକରାଯାଇଛି ।