ଆଗକୁ ଆସୁଛି ନିର୍ବାଚନ୍ କଡା ଜବାବ ଦେବ ଜିଲ୍ଲା ଆଦିବାସୀ କଲ୍ଯାଣ ସଂଘ

ପାଟଣାଗଡ଼ / ଜଗନ୍ନାଥ ଧରୁଆ : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ  ପାଟଣାଗଡ଼ ଉପଖଣ୍ଡ ପକ୍ଷରୁ ଆଜି ପାଟଣାଗଡ଼ ସ୍ଥାନିୟ ବଥର୍ଲା ପଞ୍ଚାୟତ ବଞ୍ଜାରୀ ଗ୍ରାମ ଠାରେ ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଥିଲା ।  ଜିଲା ଆଦିବାସୀ କଲ୍ୟାଣ ସଂଘର ବିଗତ ଦିନର କାର୍ଯ୍ୟକ୍ରମ ଓ ଆଦିବାସୀ ମାନଙ୍କ ଶିକ୍ଷା, ପଦୋନ୍ନତି, ସାମାଜିକ, ରାଜନୈତିକ ସ୍ଥିତି, ଗ୍ରାମାଞ୍ଚଳର ମୌଳିକ ଅସୁବିଧା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରା ଯାଇଥିଲା ।  ସଭାରେ ପାଟଣାଗଡ଼ ଉପଖଣ୍ଡ ର ପ୍ରତ୍ୟେକ ପଞ୍ଚାୟତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଥିଲେ ।  ଗତ କିଛି ଦିନ ପୂର୍ବେ ବିଞ୍ଝାଲ ସମାଜର କେତେ ଜଣ କର୍ମକର୍ତ୍ତା ବାଲିପଟା ଗ୍ରାମର ବନକାବିହର ଛକ ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହାଙ୍କର ପ୍ରତିମୂର୍ତ୍ତି ଓ ଏକ ଶିଶୁ ଉଦ୍ୟାନ ନିର୍ମାଣ ଉଦ୍ଦେଶ୍ୟରେ ଜାଗା ଚିହ୍ନଟ କରିବା ପାଇଁ ଲିଖିତ ଏକାରେ ଏକ ଦାବିପତ୍ର ସହ ସେଠାରେ ଭୂମିପୂଜା ସମୟର ଫଳକର ଫଟୋ କପି ଦେଲେ ।  ପାଟଣାଗଡ଼ ବିଧାୟକ ସରୋଜ ମେହେର ଫଟୋ କପିରେ ଥିବା ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ ବରିହା, ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଏବଂ ଅନେକ ସ୍ବର୍ଗୀୟ ନେତାଙ୍କର ନାମ ଉପରେ ଲାଲ କଲମରେ ଗାର ଟାଣି ମୋତେ କ୍ରସ କରି ମୋର ପାଖକୁ ଆସିଛ , ମୁଁ ଏମିତି କାର୍ଯ୍ୟକ୍ରମ କୁ ଯାଏ ନାହିଁ ମୋତେ କଣ ଭାବିଲ କହି ବିଞ୍ଝାଲ ସମାଜ ତଥା ଆଦିବାସୀ ସମାଜ କୁ ଅପମାନିତ କରିଥିଲେ ।  ବିଧାୟକଙ୍କ ଏ ଭଳି ହୀନ ମନ୍ତବ୍ୟ ଉପରେ ଆଲୋଚନା କରି ବିଧାୟକଙ୍କର କାର୍ଯ୍ୟକଳାପକୁ ନିନ୍ଦା କରି ଆଗାମୀ ଦିନରେ ଜୋରଦାର ପ୍ରତିବାଦ ହେବ ବୋଲି କହିଛନ୍ତି ଗିରିରାଜ ଭୋଇ। ସବୁ ଥାନାରେ FIR , ଭୋଟ ମାଧ୍ୟମରେ କଡା ଜବାବ ଦେବାକୁ ନିଷ୍ପତ୍ତି ନିଆ ଯାଇଛି  ।