ବେଗୁନିଆପଡ଼ା ବ୍ଲକ ରେ ବିଧାୟିକାଙ୍କ କାର୍ଯ୍ୟାଦେଶ ବଣ୍ଟନ

ଗଂଜାମ/ହରପ୍ରସାଦ ବିଶ୍ୱଇ: ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ବୁଧବାର ଦିନ କବିସୁର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ବିଭିନ୍ନ ପ୍ରକଲ୍ପ ର କାର୍ୟ୍ୟା ଦେଶ ବଣ୍ଟନ କରିଥିଲେ । ବିଧାୟିକା ଙ୍କ ଆଞ୍ଚଳିକ ବିକାଶ ପାଣ୍ଠି ରୁ ୨୦ ଟି ପ୍ରକଲ୍ପ ପାଇଁ ମୋଟ ୫୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର କାର୍ୟ୍ୟା ଦେଶ ବଣ୍ଟନ କରିଥିଲେ । ଉକ୍ତ ପ୍ରକଲ୍ପ ଗୁଡିକୁ ଶୀଘ୍ର ଆରମ୍ଭ କରିବା ପାଇଁ କହିଥିଲେ । ଏହି ସମୟରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶନୀ , ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା , ପୁର୍ବତନ ଜିଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।