ସୁବର୍ଣ୍ଣପୁର /ଓମପ୍ରକାଶ ମିଶ୍ର: ନଭେମ୍ବର ୨୫ ରେ ସୁବର୍ଣ୍ଣପୁର ଜିଲ୍ଲା ରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବିତରଣ କରିବେ ଏବଂ ବିଭିନ୍ନବିଭାଗ ର ୬୭ଗୋଟି ଜନକଲ୍ୟାଣକାରୀ ଯୋଜନାର ଶୁଭଉଦଘାଟନ କରିବା ସହିତ ୩୫ ଟି ନୂତନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧,୫୩,୯୦୨ ଜଣ ହିତାଧିକାରୀ ନୁଆଁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇବେ l ଏମାନଙ୍କ ମଧ୍ୟରୁ ୬ଟି ବ୍ଲକରେ ଗ୍ରାମ୍ୟଞ୍ଚଳ ର ୧,୪୫,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮,୭୪୫ ଜଣ ହିତାଧିକାରୀ ଏହି ଯୋଜନାରେ ଲାଭନ୍ୱିତ ହେବେ l ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗରେ ୭୯ କୋଟି ୨୨ଲକ୍ଷ ୧୩ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ଗୋଟି ପ୍ରକଳ୍ପର ଶୁଭଉଦଘାଟନ ହେବ ଏହି ପରିପ୍ରେକ୍ଷୀରେ ସୋନପୁର ରେ ଉଦଘାଟନ ଅପେକ୍ଷା ରେ ଥିବା ବିଜୁପଟ୍ଟନାୟକ ସୁଇମିଙ୍ଗ ପୁଲ ନିଶ୍ଚିତ ଭାବରେ ଜିଲ୍ଲା ପାଇଁ ବିଶେଷ ଉପହାର ହେବ l ୪.୭୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ସନ୍ତରଣକ୍ଷଗାର ଜିଲ୍ଲାରେ ସନ୍ତରଣ ଏବଂ ଜଳକ୍ରୀଡା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ କ୍ଷ ୫୦ ମିଟର ଲମ୍ବ ଏହି ସୁଇମିଙ୍ଗ ପୁଲ ରେ ପୁରୁଷ ଓ ମହିଳା ଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ପ୍ରଶିକ୍ଷକ ରହିବେ ଏବଂ ଅଲଗା ଅଲଗା ପ୍ରସାଧନ କକ୍ଷ ରହିବ କ୍ଷ ଏହି ସୁଇମିଙ୍ଗ ପୁଲ ଦ୍ୱାରା ଜିଲ୍ଲାର ବହୁ କ୍ରୀଡ଼ାବିତ ସେମାନଙ୍କ କ୍ରୀଡା ଦକ୍ଷତା ରାଜ୍ୟ ଓ ଜାତୀୟ ସ୍ତରରେ ଦେଖାଇବାକୁ ସୁଯୋଗ ପାଇବେ l