ଡୁଙ୍ଗୁରିପାଲିରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ

ସୁବର୍ଣ୍ଣପୁର / ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ସୁନାପାଲି ଗ୍ରାମ ପଞ୍ଚାୟତ ରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ । ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଙ୍କ କରକମଳ ରେ ପଂଚାୟତ ମାନଙ୍କରେ ୧୦୪୦ ଜଣଙ୍କୁ ଏହି କାର୍ଡ଼ ବଣ୍ଟନ କରିଛନ୍ତି ।  ଏଥିରେ ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ ବେଲାର ସାହୁ, ଶ୍ରୀରାମ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ରମେଶ ପୂଜାରୀ, ପୂର୍ବତନ ଜ଼ିଲ୍ଲା ପରିଷଦ ସଭାପତି ହିମାଂଶୁ ଶେଖର ବିଶ୍ୱାଳ, ବିଡ଼ିଓ ତ୍ରିପୁରାରୀ ମହାନନ୍ଦ ଏବଂ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତଥିଲେ ।