(ଅନୁଗୁଳୁ ସୁଧାକର ସାହୁ) :- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଜଳସାଥୀ,ସ୍ୱଚ୍ଛକର୍ମୀ,ଆହାରକର୍ମୀ,ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଅନୁଗୋଳ ପୌରପାଳିକା ଠାରେ ଓଡିଶା ବିଧାନସଭାର ମାନ୍ୟବର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଜଳସାଥୀ,ସ୍ୱଚ୍ଛକର୍ମୀ,ସ୍ୱଚ୍ଛସାଥୀ,ଆହାରକର୍ମୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ୭୨ଟି ସାଇକେଲ ବଣ୍ଟନ କରିଛନ୍ତି।ଅନୁଗୋଳ ପୌରାଦକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗିରିଜା ଶଙ୍କର ମଲ୍ଲିକ,ପୌର ଉପାଧ୍ୟକ୍ଷା ଓ ସମସ୍ତ କାଉସିଲର ମାନେ ଉପସ୍ଥିତ ଥିଲେ। ପୌରପରିଷଦରେ କର୍ମଜୀବୀ ମହିଳା ମାନଙ୍କ ଯାତାୟତ ସହଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସାଇକେଲ ବଣ୍ଟନ କରାଯାଇଛି। ସାଇକେଲ ବଣ୍ଟନ ଉତ୍ସବରେ ସାମିଲ ହୋଇ ଶ୍ରୀଯୁକ୍ତ ସିଂ କହିଛନ୍ତି, ମା’ ମାନେ ସଦା ସର୍ବଦା ଭଲ କାମ କରୁଛନ୍ତି ତାହାକୁ ଜାରି ରଖନ୍ତୁ।ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆପଣ ମାନଙ୍କ ସାଥୀରେ ଅଛନ୍ତି।ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି,ମିଶନ ଶକ୍ତିର ମା’ ମାନଙ୍କୁ ଭେଟୁଛନ୍ତି। ମା’ ମାନଙ୍କ ସଫଳତା ବହୁତ ଖୁସି ଦେଉଛି,ମା’ ମାନଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ମିଶନ ଶକ୍ତିକୁ ଏକ ନମ୍ବର କାର୍ଯ୍ୟକ୍ରମ ରୂପେ ସଫଳ କରିଛି ।୮୦୦୦ରୁ ଅଧିକ ମିଶନ ଶକ୍ତିର ମା’ ମାନଙ୍କୁ ସାଇକେଲ ବଣ୍ଟନ କରାଯିବ।ଏହାଦ୍ୱାରା ମା’ ମାନଙ୍କର କାମ ସହଜ ମଧ୍ୟ ହେବ।ଓଡ଼ିଶା ସରକାରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ମା’ ମାନଙ୍କୁ ୧୦୦ କୋଟି ଟଙ୍କାର ଇନସେନଟିଭ ମଧ୍ୟ ଦେଇଛି।