ଭୁବନେଶ୍ୱର : ବିଜେପିର ନୂଆ ସରକାର ଗଠନ ହେବାକୁ ଯାଉଛି । ୧୨ ତାରିଖରେ ମନ୍ତ୍ରିମଣ୍ଡଳ ଗଠନ ହେବ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୨୧ ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ରହିବେ । ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଲେ ୨୦ ଜଣ ମନ୍ତ୍ରୀ ସ୍ଥାନ ପାଇବେ । ଦଳର ୭୮ଜଣ ବିଧାୟକ ଜିତିଛନ୍ତି । ଏମାନଙ୍କ ମଧ୍ୟରୁ କେଉଁମାନେ ଆସିବେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଏହାରି ଭିତରେ ଅନେକ ନେତା ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସୁଛି |
ଏହି ପରିପ୍ରେକ୍ଷୀରେ ସୁରେଶ ପୂଜାରୀଙ୍କ ନା’ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରହିଛି । ଏଥିସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭାରତର କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ |ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ସାମ୍ନାକୁ ଆସିଥିଲା | ଏଥି ସହ ତେବେ ସମ୍ଭାବ୍ୟ ମନ୍ତ୍ରୀ ମଣ୍ଡଳ ନେଇ ମଧ୍ୟ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି | ନଜର ପକାନ୍ତୁ ସମ୍ଭାବ୍ୟ ମନ୍ତ୍ରୀ ପଦ ପାଇଁ ଯେଉଁ ନାମ ସବୁ ଚର୍ଚ୍ଚା ହେଉଛି……
ସମ୍ବଲପୁର ବିଧାୟକ- ଜୟନାରାୟଣ ମିଶ୍ର, ପାଟଣାଗଡ଼ ବିଧାୟକ- କେ.ଭି ସିଂହଦେଓ, କେନ୍ଦୁଝର ବିଧାୟକ- ମୋହନ ଚରଣ ମାଝୀ, କୁଚିଣ୍ଡା ବିଧାୟକ – ରବିନାରାୟଣ ନାୟକ, ରଣପୁର ବିଧାୟିକା – ସୁରମା ପାଢ଼ୀ, ଚିଲିକା ବିଧାୟକ – ପୃଥ୍ୱୀରାଜ ହରିଚନ୍ଦନ, ନିମାପଡ଼ା ବିଧାୟିକା – ପ୍ରଭାତୀ ପରିଡ଼ା, ଢ଼େଙ୍କାନାଳ ବିଧାୟକ – କୃଷ୍ଣ ଚନ୍ଦ୍ର ପାତ୍ର, ସାରଶକଣା ବିଧାୟକ – ଭାଦବ ହାସଁଦା, ଉଦଳା ବିଧାୟକ – ଭାସ୍କର ମଡ଼େଇ, ବଡ଼ସାହି ବିଧାୟକ – ସନାତନ ବିଜୁଳୀ, ଦିଗପହଣ୍ଡି ବିଧାୟକ – ସିଦ୍ଧାନ୍ତ ମହାପାତ୍ର, ଜଗସିଂହପୁର ବିଧାୟକ – ଅମରେନ୍ଦ୍ର ଦାସ, ଛତ୍ରପୁର ବିଧାୟକ – କୃଷ୍ଣ ଚନ୍ଦ୍ର ନାୟକ, ଧାମନଗର ବିଧାୟକ – ସୂର୍ଯ୍ୟବଂଶୀ ସୂରଜ, ଝରିଗାଁ ବିଧାୟକ – ନରସିଂହ ଭଦ୍ରା, କଣ୍ଟାମାଳ ବିଧାୟକ – କହ୍ନେଇ ଡାଙ୍ଗ, ମାଲକାନଗିରି ବିଧାୟକ – ନରସିଂହ ମାଡ଼କାମୀ, ମହକାଳପଡ଼ା ବିଧାୟକ – ଦୂର୍ଗା ପ୍ରସନ୍ନ ନାୟକ, କଣ୍ଟାବାଞ୍ଜି ବିଧାୟକ – ଲକ୍ଷ୍ମଣ ବାଗ