ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ଯାହାକି ଏକ ଆଶ୍ୱସ୍ତିର ଖବର । ସଂକ୍ରମଣ କମିଥିଲେ ବି ସଜାଗ ରହିବାକୁ ରାଜ୍ୟ ବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏଥିସହ ଏହା ମଧ୍ୟ କହିଛନ୍ତି ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢ଼େ ତାହାଲେ ଆକଳନ ଭୁଲ ହୋଇପାରେ । ସଂକ୍ରମଣ ସବୁ ଜିଲ୍ଲାରେ ରହିଛି । କେବଳ ସହରରେ ନୁହେଁ ଗାଁ ମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି । ଅନପଟେ ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ରୁ୭ ଭିତରେ ରହୁଛି । ରାଜ୍ୟରେ ଫାଟର୍ନିଟି ରେଟ କମ ଅଛି । ଯେତିକି ସରକାରଙ୍କ ତଥ୍ୟ ଦିଆଯାଇଛି ୯୫% ବହୁବିଧ ରୋଗୀ ରହୁଛନ୍ତି । ୧୨ ତାରିଖରୁ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଲାଗି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରିସାରିଛି ବୋଲି ।