ଡିକି ଭାଙ୍ଗି ସିରିଜ ଚୋରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ୨ଟି ସ୍ଥାନରେ ବାଇକ୍ ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଚୋରି ହୋଇଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ନିକଟରୁ ୫୦ ହଜାର ଓ ପଟାଭାଡ଼ି ଛକରୁ ୨ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି । ଟାଉନ ଥାନା ପୋଲିସ ଏହାର ତଦନ୍ତ ଜାରି ରଖିଛି ।
ସୋନପୁର ସହରର ପୁରୁଷୋତ୍ତମ ପାଣିଗ୍ରାହୀ ବାଇକ୍ ଡିକିରେ ୫୦ ହଜାର ଟଙ୍କା ରଖି ଔଷଧ ଆଣିବାକୁ ଯାଇଥିଲେ, କିନ୍ତୁ ଫେରିବାବେଳକୁ ତାଙ୍କ ଗାଡ଼ିର ଡିକି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ ।ସେହିପରି ବୀରମହାରାଜପୁର ବ୍ଲକ୍ କେନ୍ଦ୍ରପାଲି ଗାଁର ମନୋଜ ମେହେର ବ୍ୟାଙ୍କରୁ ୨ଲକ୍ଷ ୫୦ ହଜାର ଟଙ୍କା ଆଣି ଗାଡ଼ି ଡିକିରେ ରଖିଥିଲେ । ସହରର ପଟାଭାଡ଼ି ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ, କିନ୍ତୁ ତାଙ୍କ ଘରୁୁ ଫେରିବାବେଳକୁ ଡିକିରେ ଟଙ୍କାନଥିଲା । ଉଭୟ ସୋନପୁର ଟାଉନ ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ନିରଞ୍ଜନ ଦାସ ତଦନ୍ତ ଜାରି ରଖିଛନ୍ତି ।