ଦିଘା ଜଗନ୍ନାଥ ଧାମ ପ୍ରସଙ୍ଗ : ଗଜପତି ମହାରାଜଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଗଜପତି ଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ।ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଘନାଉଛି ବିବାଦ ।ଦୀଘା ରେ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଧାମ ନାମ ବ୍ୟବହାର ନେଇ ଅସନ୍ତୋଷ ପ୍ରକଟ କରି ଆସୁଛନ୍ତି ସୁଦର୍ଶନ ।ପୂର୍ବରୁ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଏଥିରୁ ନିବୃତ୍ତ ରହିବା ନେଇ ପଶ୍ଚିମବଙ୍ଗ ସି ଏମ ଙ୍କୁ ମଧ୍ୟ twit କରିଥିଲେ ।ତେବେ ଗଜପତି ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ର ସ୍ଥାୟୀ ସଭାପତି।ଗଜପତି ଙ୍କୁ ଏନେଇ ଅବଗତ କରାଇବା ସହ ଶାସ୍ତ୍ରୀୟ ମତ ଅନୁସାରେ ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ ଚିଠି ରେ ଯୁକ୍ତି ଉଲ୍ଲେଖ କରିଛନ୍ତି ସୁଦର୍ଶନ।ପଶ୍ଚିମବଙ୍ଗ ରେ ନୂଆ ମନ୍ଦିରରେ ଏଭଳି ଜଗନ୍ନାଥ ଧାମ ନାମ ବ୍ୟବହାର ଓ ପ୍ରଚାର ହିନ୍ଦୁ ଧର୍ମର ସଂସ୍କୃତି,ପ୍ରଥା ପରମ୍ପରା ପ୍ରତି  ଧାର୍ମିକ ଦ୍ଵନ୍ଦ ସୃଷ୍ଟି କରିବା ସହ ଧାର୍ମିକ ଭାବନାର ବିପରୀତ ରେ ଯିବ ବୋଲି କହିଛନ୍ତି ସୁଦର୍ଶନ ।