ତାମିଲନାଡୁ: ତାମିଲନାଡୁର କୋଏମ୍ବାଟୁର ରେଞ୍ଜ ଡିଆଇଜି ସି ବିଜୟକୁମାର ନିଜକୁ ଗୁଳିମାରି ହତ୍ୟା କରିଛନ୍ତି । ଆଜି ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରିଦେଇଛନ୍ତି । ତାମିଲନାଡୁର କୋଏମ୍ବାଟୁର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ଏଯାବତ ପ୍ରକୃତ କାରଣ ଜଣା ପଡିନାହିଁ ।
ସୂଚନା ମୁତବାକ, ବିଜୟକୁମାର ଆଜି ସକାଳୁ ଉଠିବା ପରେ ପ୍ରାତ ଭ୍ରମଣରେ ଯାଇଥିଲେ । ସକାଳ ୬ ଟା ୪୫ ମିନିଟ୍ ସମୟରେ ଅଫିସକୁ ଆସିବା ପରେ ତାଙ୍କ ପିଏସଓଙ୍କୁ ତାଙ୍କ ବନ୍ଧୁକ ଆଣିବାକୁ କହିଥିଲେ । ପିଏସଓ ବନ୍ଧୁକ ଦେଇ ଯିବା ପରେ ପ୍ରାୟ ୬ଟା ୫୦ ମିନିଟ୍ ସମୟରେ ନିଜକୁ ଗୁଳି କରି ଦେଇଥିଲେ ବିଜୟକୁମାର । କିଛି ସପ୍ତାହ ହେବ ସେ ଠିକସେ ଶୋଇପାରୁନଥିବା ନେଇ ତାଙ୍କ ସହକର୍ମୀଙ୍କୁ କହୁଥିଲେ । ଡିପ୍ରେସନ ତଥା ମାନସିକ ଚାପରେ ରହୁଥିବା ନେଇ ସହକର୍ମୀଙ୍କୁ କହୁଥିଲେ ବିଜୟକୁମାର ।