ମାଛ ଜାଲରୁ ବାହାରୁଛି ବିଭିନ୍ନ ପ୍ରଜାତିର ସାପ

ପୁରୀ: ମାଛ ଜାଲରେ ଲାଗିଲା ସାପ । ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡବଳଭଦ୍ରପୁର ଗ୍ରାମ ନିକଟରେ ଥିବା ଦୟା ନଦୀରେ ମାଛ ପାଇଁ ପକା ଯାଇଥିବା ଜାଲରେ ମାଳ ମାଳ ସାପ ଫସିଥିବା ଭିଡିଓ ଭାଇରାଲ ହେଊଛି । ସେଇ ଗ୍ରାମର ଦିଲ୍ଲୀପ ବେହେରା ନଦୀରେ ମାଛ ଧରିବା ପାଇଁ ଏକ ବାକ୍ସ ଜାଲ ବିଛେଇ ଥିଲେ । ସକାଳୁ ମାଛ ଆଣିବା ପାଇଁ ଜାଲ ଟେକିବା ବେଳକୁ ମାଛ ସହିତ ତା ଭିତରେ ଅଛନ୍ତି ବିଭିନ୍ନ ପ୍ରଜାତିର ୫ ଟି ସାପ ଏବଂ ସେହି ସାପ ମଧ୍ୟରେ ନାଗ ସାପ ବି ଅଛନ୍ତି ।ସାପ ଦେଖି ଭୟରେ ଜାଲକୁ ଫୋପାଡି ଦେଇ ସମସ୍ତେ କୂଳକୁ ଆସି ଯାଇଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆ ଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଜାଲଟିକୁ ନଦୀ ଭିତରୁ ଉପରକୁ ଆଣି ଥିଲେ।