ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ : ବିଜେଡି ବିଧାୟକ ଭାଗିରଥୀ ସେଠୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ଏବଂ ବିଜେଡି ତାଙ୍କୁ ଅବହେଳା କରିବା ପ୍ରସଙ୍ଗ । ପ୍ରତିକ୍ରୀୟା ରଖିଲେ ବିଜେଡି ବିଧାୟକ ଭାଗିରଥୀ ସେଠୀ । ସେ କହିଛନ୍ତି, ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ, ତାଙ୍କ ଦଳରେ ନେତାଙ୍କ ଭିତରେ ଅନେକ ଫାଟ ଅଛି । ଭର୍ତ୍ତୃହାରୀ ବାବୁଙ୍କ କଥା କାହିଁକି ଚିନ୍ତା କରୁଛନ୍ତି ।  ଭର୍ତ୍ତୃହରୀ ବାବୁ ଛ ଛ ଥର ସାଂସଦ ହେଲେଣି, ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କ ରହିଛି । ବିଜେଡି ଭର୍ତ୍ତୃହରିଙ୍କ ପ୍ରତି କେବେ ଅବହେଳା କରିନାହିଁ, ସେ କାଉନସିଲର ଟିକେଟ ପାଇବେ ନା ସାଂସଦ ଟିକେଟ ପାଇ ପୁଣି ସାଂସଦ ହେବେ ସେ କାହିଁକି ତାଙ୍କ କଥା ଚିନ୍ତା କରୁଛନ୍ତିଜ୍ଝସେ ବହୁତ ମହାଭାରତ କଥା ଜାଣିଛନ୍ତି, ସେ ଯଦି କୌରବ ତେବେ ପାଣ୍ଡଵ କିଏ ? ସେମାନେ ପାଣ୍ଡଵ ଶିବିରରେ ରହି କି କାମ କରୁଛନ୍ତି ?ପାଣ୍ଡଵ ଶିବିରରେ ରହି ସଂକୁନି କାମ କରୁଛନ୍ତି, ଓଡିଶାକୁ ନଷ୍ଟ କରିବା ପାଇଁ ସଂକୁନିର ଭୂମିକା ନିର୍ବାହ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠି ।