ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା ;୪ ଜଣଙ୍କୁ ଅଟକ

ଯାଜପୁର; ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା । ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ସୂଚନା ମୁତାବକ ଧର୍ମଶାଳା ବିଧାୟକ ବୁଧବାର ସଂଧ୍ୟାରେ ଡିଡିଏମ ଅଫିସ ଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା । ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ଆକ୍ରମଣରେ ବିଧାୟକଙ୍କ ଗାଡି ଭାଙ୍ଗିଯାଇଛି । ବିଧାୟକ ଅଭିଯୋଗ କରିଛନ୍ତି, ତାଙ୍କ ଚେନ ବି ଲୁଟ୍ ହୋଇଛି । ସେପଟେବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ଧର୍ମଶାଳା ବିଧାୟକଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି, ତାଙ୍କ ଦଳ ହିଂସାରେ ବିଶ୍ବାସ କରେ ନାହିଁ, ଏଭଳି ଅଭିଯୋଗ ଭିତ୍ତିହୀନ ।

ଅନ୍ୟପଟେ ପ୍ରତିକ୍ରିୟା ରଖିଛନ୍ତି ବବି ଦାସଙ୍କ ଭାଇ ତଥା ଯାଜପୁରର ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ। ଆକ୍ରମଣ ପରେ ବିଧାୟକଙ୍କ ସହ ସେ ବ୍ୟକ୍ତିଗତ ଭାବେ କଥା ହୋଇ କ୍ଷମା ମାଗିଛନ୍ତି ବୋଲି କହିଛନ୍ତି। ମା’ ବିରଜାଙ୍କ ପ୍ରକଳ୍ପକୁ ବନ୍ଦ କରାଯାଉଥିବାରୁ ଯାଜପୁରବାସୀ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଧର୍ମଶାଳା ବିଧାୟକ ସେଠାରେ ପହଞ୍ଚି ଯାଜପୁରବାସୀଙ୍କ ପ୍ରତି ଆକ୍ରୋଶମୂଳକ ମନ୍ତବ୍ୟ ଦେବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି ସେ ଅଭିଯୋଗ କରିଛନ୍ତି ।ବିଜେପି ସରକାରରେ ହିସାଂ କି ହିଂସାକାରୀଙ୍କର ସ୍ଥାନ ନାହିଁ । ଏଥିସହ ଏ ଘଟଣାର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ଜଣକୁ ଅଟକ ରଖିଛି ଯାଜପୁର ପୁଲିସ ।

ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ତିନୋଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ବିଧାୟକ ହିମାଂଶୁ ସାହୁଙ୍କୁ ସଂଘବଧ ଆକ୍ରମଣ ପରେ ବିଧାୟକଙ୍କ ସୁରକ୍ଷା କର୍ମୀ ଥାନାରେ ଅଭିଯୋଗ କରିଥିଲେ ।ଏହି ଅଭିଯୋଗ ଆଧାରରେ ୪ଜଣକୁ ପୁଲିସ୍ ଅଟକ ରଖି ଅଧିକ ପଚରା ଉଚରା କରିଛି । ଫେରାର ରହିଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା ) ସଞ୍ଜୟ କୁମାର ବିଳମ୍ବିତ ରାତିରେ ଯାଜପୁରରେ ପହଁଚି ସ୍ଥିତି ସମ୍ପର୍କରେ ଯାଜପୁର ଏସପିଙ୍କ ସହ ଅଧିକ ଆଲୋଚନା କରିଥିବା ଜଣାପଡିଛି ।