ରାଜସ୍ଥାନ-: ରାଜସ୍ଥାନ ଲୋକସେବା ଆୟୋଗକୁ ନୂତନ ଅଧ୍ୟକ୍ଷ ମିଳିଛି । ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ଡିଜିପି ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନ ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ୧୦ ମାସ ଧରି ଖାଲି ଥିଲା ରାଜସ୍ଥାନ ଲୋକସେବା ଆୟୋଗରେ ଅଧ୍ୟକ୍ଷ ପଦବୀ । ରାଜସ୍ଥାନ ଲୋକସେବା ଆୟୋଗର ସଦସ୍ୟ କୈଳାସ ମୀନା କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ ।
ଉତ୍କଳ ରଞ୍ଜନ ସାହୁ ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ସେ ମୂଳତଃ ଓଡ଼ିଶାର ବାସିନ୍ଧା ଅଟନ୍ତି । ସେ ରାଜସ୍ଥାନ ପୋଲିସର ସବୁଠାରୁ ବରିଷ୍ଠ ଆଇପିଏସ୍ । ସେ ଡିସେମ୍ବର ୨୦୨୦ରେ ଡିଜି ରାଙ୍କକୁ ପଦୋନ୍ନତି ପାଇଥିଲେ । ପୂର୍ବତନ ଡିଜିପି ଉମେଶ ମିଶ୍ର ଭିଆରଏସ୍ ନେବା ପରେ, ରାଜ୍ୟ ସରକାର ସାହୁଙ୍କୁ ଡିଜିପି ଦାୟିତ୍ୱ ହସ୍ତାନ୍ତର କରିଥିଲେ । କିନ୍ତୁ ୧୦ ଫେବୃଆରୀ ୨୦୨୪ରେ କାର୍ମିକ ବିଭାଗ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନର ସ୍ଥାୟୀ ଡିଜିପି କରିବା ପାଇଁ ଏକ ଆଦେଶ ଜାରି କରିଥିଲା । ତାଙ୍କୁ ଏହି ପଦବୀରେ ୨ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା ।