ମାଓ ପ୍ରବଣ ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ ବଂଶଲ

ଭୁବନେଶ୍ୱର: ମାଓ ପ୍ରବଣ ଅଞ୍ଚଳ ଗସ୍ତରେ ଡିଜିପି । ଡିଜିପି ସୁନୀଲ ବଂଶଲ ଓ ଅନ୍ୟ ବରିଷ୍ଠ ପୋଲିସ ପଦାଧିକାରୀ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଗସ୍ତରେ ଯାଉଛନ୍ତି । ମାଓ ଗତିବିଧି ନିୟନ୍ତ୍ରଣର ସମୀକ୍ଷା ପାଇଁ ସ୍ପେଶାଲ ଡିଜିପି ଏସଏପି, ଆଇନ ଶୃଙ୍ଖଳା ଏଡିଜି ଆର୍ .କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜିପି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଦାକୋଟି, ଡିଆଇଜିପି ଏସଆଇଡବ୍ଲୁ ଅନିରୁଦ୍ଧ ମଧ୍ୟ ତିନି ଜିଲ୍ଲା ଗସ୍ତ କରିଛନ୍ତି ।

ତେବେ ଏହି ଗସ୍ତରେ ମାଓ ଦମନ ଅଭିଯାନ ସମେତ ଅନ୍ୟାନ୍ୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରାଯିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଗୁଡିକରେ ମାଓ ଗତିବିଧି ବୃଦ୍ଧି ପାଇଥିବା ସମୟରେ ଡିଜିପିଙ୍କର ଏହି ଗସ୍ତ ସୁରକ୍ଷା ବ୍ୟବସ୍ଥା ତଥା ଲାଲ ବାହିନୀଙ୍କ କଡ଼ା ମିକାବିଲା କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହେବ ।ସୂଚନା ଅନୁଯାୟୀ, ନୂଆ ବର୍ଷରେ ସୁନୀଲ ବଂଶଲ ପୋଲିସ ଡିଜି ଦାୟିତ୍ୱ ଗ୍ରହଣ କରିଥିଲେ ।

ତେବେ ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ୟୁପିଏସସିକୁ ସୁପାରିଶ କରିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ୧୯୮୭ ବ୍ୟାଚର୍‌ ଆଇପିଏସ୍‌ କ୍ୟାଡର ସୁନୀଲ ବଂଶଲଙ୍କ ନାମ ଉପରେ ମୋହର ମାରିଥିଲେ । ସୁନୀଲ ବଂଶଲ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । ନୂତନ ବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିବ ସୁନୀଲ ବଂଶଲ । ୨୦୨୨ ଜୁନ୍‌ ଯାଏ ଦାୟିତ୍ବ ତୁଲାଇବେ ନୂଆ ଡିଜିପି ସୁନୀଲ । ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ ।