ଲାଲଗଡରେ ଡିଜିପି: ହଟିବ ଲାଲବାହିନୀ ଭୟ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ । ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରାସେତୁ ଠାରେ ପହଞ୍ଚି ନୂତନ ଭାବେ ସ୍ଥାପନ ହୋଇଥିବା ବିଏସଏଫ କ୍ୟାମ୍ପର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହା ପରେ ସମଗ୍ର ଲାଲ ଇଲାକାକୁ ନିଜ କବଜାକୁ ନେଇଥିବା ପୋଲିସ ଯବାନ ସହ ଆଲୋଚନା କରିଥିଲେ । ତେବେ ଏହି ବିଏସଏଫ କ୍ୟାମ୍ପକୁ ବିରୋଧ କରୁଥିବା ଆଦିବାସୀ ଲୋକଙ୍କ ସହ ମଧ୍ୟ ସିଧା ସଳଖ ଆଲୋଚନା କରିଥିଲେ ଡିଜିପି ଶ୍ରୀ ଅଭୟ । ବିଏସଏଫ ବାହିନୀ ସେଠାରେ ପହଞ୍ଚିବା ପରେ ଉନ୍ନୟନ ମୂଳକ କାର୍ୟ୍ୟ ଆରମ୍ଭ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଡିଜିପି । ସେଠାରୁ ଫେରି ମାଲକାନଗିରି ଏସପିଙ୍କ କାର୍ୟ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଡିଜିପି । ନକ୍ସଲ ପନ୍ଥିଙ୍କ ସହ ମୁକାବିଲା କରିବା ଲାଗି ନୁଆ ରଣନିତି ପ୍ରସ୍ତୁତ ହୋଇଥିବା ଜଣାପଡିଛି ।