ପୁରୀ : ଚିକିତ୍ସା ଅବହେଳାରୁ ଜଣେ ହବିଷ୍ୟାଳି ଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ଖବର ନେବାରେ ଜଣାପଡ଼ିଛି ଯେ କଣାସ ଥାନା ଅନ୍ତର୍ଗତ ବେଏଣ୍ଟା ଗ୍ରାମର ରତ୍ନମଣି ମଙ୍ଗରାଜ କାର୍ତ୍ତିକ ବ୍ରତ କରିବା ନିମନ୍ତେ ପୁରୀ ଆସି ବୃନ୍ଦାବତୀ ନିବାସର ୧୦୩ ନମ୍ବର ରୁମ୍ ରେ ରହିଥିଲେ ।ଗତକାଲି ରାତିରେ ଶୌଚ ହେବାକୁ ଯାଇ ଶୌଚାଳୟ ଭିତରେ ପଡିଯିବାରୁ ତାଙ୍କର ଦେହ ଅସୁସ୍ଥ ହୋଇଥିଲା ।ଆଜି ସକାଳୁ ତାଙ୍କୁ ସ୍ବେଚ୍ଛାସେବୀ ମାନେ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।ସେଠାରେ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ମହିଳା ଭେଷଜ ବିଭାଗରେ ରଖିଥିଲେ ।ହେଲେ ଦିନ ତମାମ ରତ୍ନମଣି ସେଠାରେ ପଡି ରହିଥିଲେ ମଧ୍ୟ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ସନ୍ଧ୍ୟାରେ ରତ୍ନମଣି ଙ୍କ ଦେହାନ୍ତ ହୋଇଥିଲା ।ତାଙ୍କର ଚିକିତ୍ସାରେ ଅବହେଳା ହେବାରୁ ଏଭଳି ଘଟଣା ଘଟିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।