ଗ୍ରୀନ କରିଡର ଦେଇ ଦେବାଶୀଷଙ୍କ ଆମ୍ବୁଲାନ୍ସ ବାହାରିଲା ବିମାନ ବନ୍ଦର ଅଭିମୁଖେ

ଭୁବନେଶ୍ୱର: କୋଲକାତା ଅଭିମୁଖେ ବାହାରିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ । ଏକ ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତା ନିଆଯିବ । ତେଣୁ କଟକର ଅଶ୍ୱିନୀ ହସ୍ପିଟାଲରୁ ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ତାଙ୍କ ଆମ୍ବୁଲାନ୍ସ ଯୋଗେ ନିଆଯାଉଛି । ବିମ।।ନ ବନ୍ଦରରୁ ତାଙ୍କୁ କୋଲକାତା ନିଆଯିବ । କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟ।।ଲକୁ ନିଆଯାଉଛି । ଏନେଇ କଟକ ଅଶ୍ୱିନୀ ହସ୍ପିଟାଲରୁ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ କରିଡୋର କରାଯାଇଛି ।
ଦେବାଶୀଷ ପାଣିଗ୍ରାହୀ କରୋନାରେ ଅ।।କ୍ରାନ୍ତ ହେବା ପରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କ ଇକମୋ ଚିକିତ୍ସା ପାଇଁ କୋଲକାତାକୁ ଏୟାର ଲିପ୍ଟ କରାଯାଉଛି । ତେଣୁ ଆଜି ମଧ୍ୟାହ୍ନରେ ତାଙ୍କ ଅଶ୍ୱିନୀ ହସ୍ପିଟାଲରୁ ଗ୍ରୀନ କରିଡୋର ଦେଇ ଅତ୍ୟାଧୁନିକ ଆମ୍ବୁଲାନ୍ସରେ ବିମାନବନ୍ଦରକୁ ନିଆଯାଉଛି ।