ଆବଶ୍ୟକ ସାମଗ୍ରୀ: ଦେଶୀ ଆଳୁ ବା ଖମ୍ବଆଳୁ, ଚିକେନ୍ କିମ୍ବା କଷା, ବେସନ, ବିସ୍କୁଟ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ,ସ୍ୱାଦ ଅନୁସାରେ ଲୁଣ ଏବଂ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦେଶୀ ଆଳୁ ବା ଖମ୍ବ ଆଳୁକୁ କାଟି ଲୁଣ ଦେଇ ସିଝାଇ ଦିଅନ୍ତୁ । ସେହିପରି ଚିକେନ୍ କିମାକୁ ମଧ୍ୟ ମସଲା ଦେଇ କଷି ଦିଅନ୍ତୁ । ଦେଶୀ ଆଳୁ ସିଝି ଗଲା ପରେ ସେଥିରେ ବେସନ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଚିକେନ୍ କଷା ପକାଇ ଭଲ ଭାବେ ଚକଟନ୍ତୁ । ତା’ପରେ ଏହି ଚକଟାକୁ ଗୋଲ ଗୋଲ କରି ବରାର ଆକାର ଦିଅନ୍ତୁ ଓ ଏହାପରେ ବିସ୍କୁଟ ଗୁଣ୍ଡର ପ୍ରଲେପ ଦେଇ ତେଲରେ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ‘ଦେଶୀ ଆଳୁ ଚିକେନ୍ ବରା’