ବ୍ୟୁରୋ : ଆଜି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସ୍ନେହଲତା ସାହୁଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଗଲା। ନିଜ କାର୍ଯ୍ୟରେ ଅବହେଳା ଅଭିଯୋଗ କାରଣରୁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣା ଏହା କି, କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏହାକୁ ନେଇ ଯେଉଁ ମାମଲା ରହିଛି ତା’ର ନିରପେକ୍ଷ ତଦନ୍ତ ପାଇଁ ସିଡିପିଓ ସ୍ନେହଲତା ସାହୁଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଗଲା। ଘଟଣାର ନିରପେକ୍ଷ ତଦନ୍ତ ହୋଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେନେଇ ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
CDPO ସ୍ନେହଲତା ସାହୁଙ୍କ ଅବହେଳା ପାଇଁ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ CDPO ସ୍ନେହଲତା ସାହୁଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଗଲା। ଘଟଣାର ନିରପେକ୍ଷ ତଦନ୍ତ ହୋଇ ରିପୋର୍ଟ ଆସିବା…
— Pravati Parida (@PravatiPOdisha) October 30, 2024