ଗଞ୍ଜାମ/ ରଜନୀକାନ୍ତ ପାତ୍ର: କର୍ମଚାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ବିଦାୟୀ କର୍ମଚାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ । ବିଡ଼ିଓ ସୁବ୍ରତ ଜେନାଙ୍କ ସଂଯୋଜନାରେ ୯ଜଣ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀମାନେ , ଦୁଇଜଣ ବରିଷ୍ଠ ଯନ୍ତ୍ରୀ, କିରାଣୀଙ୍କ ସମତେ ଅନ୍ୟ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏହି କାର୍ୟ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା,ଉପଅଧକ୍ଷ ଅତିଥି ଭାବେ ଯୋଗଦେଇ ବିଦାୟୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।ବଦଳି ହୋଇଥିବା କର୍ମଚାରୀଙ୍କ ସହିତ କଟିଥିବା ମୁହୂର୍ତ୍ତକୁ ବିଡ଼ିଓ ମନପକାଇ ପ୍ରଶଂସା କରିଥିଲେ।