ଭଙ୍ଗାହେବ ଭୁବନେଶ୍ୱରରେ ୧୯୧ ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର; ଭୁବନେଶ୍ୱରରେ ୧୯୧ ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦେଶ । ବିଡିଏ ଅଧୀନରେ ଥିବା ବେଆଇନ ଭାବେ ୪୯୧ ଟି ଆପାର୍ଟମେଣ୍ଟ ଥିବା ଅଭିଯୋଗ ହୋଇଥିବା ବେଳେ ୧୯୧ ଟି ଭାଙ୍ଗିବା କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସେହିପରି ୬୩ ଟି ମାମଲା ଖାରଜ ହୋଇଥିବାବେଳେ ୨୩୭ ଟି ବିଚାରାଧୀନ ରହିଛି । ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଲିଖିତ ଉତ୍ତର ।